୧୩୦୧ କଲେଜରେ ପଡିଛି ତାଲା

ଭୁବନେଶ୍ୱର: ଇଞ୍ଜିନିୟରିଂ ସେମେତ ଅନ୍ୟାନ୍ୟ ବୈଷୟିକ ପାଠ୍ୟକ୍ରମ ପ୍ରତି ପିଲାଙ୍କ ଆଗ୍ରହ ନ ଥିବାରୁ ଅଲ୍ ଇଣ୍ଡିଆ କାଉନସିଲ୍ ଅଫ୍ ଟେକ୍ନିକାଲ ଏଜୁକେସନ (ଏଆଇସିଟିଇ) ପକ୍ଷରୁ ବଡ଼ ନିଷ୍ପତି ନିଆଯାଇଛି । ୨୦୨୦-୨୧ ଶିକ୍ଷାବର୍ଷରେ ସାରା ଦେଶରେ ୧୩୦୧ଟି ବୈଷୟିକ କଲେଜକୁ ବନ୍ଦ କରାଯାଇଛି । ଇଞ୍ଜିନିୟରିଂ ସମେତ ଏମ୍ବିଏ, ଏମ୍ସିଏ ଆଦି ପାଠ୍ୟକ୍ରମରେ ଶିକ୍ଷା ଦିଆଯାଉଥିବା ଏହି ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଏଥର ନାମଲେଖା ହେବ ନାହିଁ । ଏଥିସହ ୨୨୨୯ଟି ପାଠ୍ୟକ୍ରମ ବନ୍ଦ ହୋଇଛି । ଯେଉଁଥିରେ ଓଡ଼ିଶାର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟର ୩୮ଟି ପାଠ୍ୟକ୍ରମ ରହିଛି । ଖୋର୍ଦ୍ଧା ଜିଲ୍ଳାର ବିଭିନ୍ନ କଲେଜରେ ୩୨ଟି ପାଠ୍ୟକ୍ରମ ବନ୍ଦ ହୋଇଥିବା ବେଳେ ରାୟଗଡ଼ାରେ ଥିବା ଏକ କଲେଜର ଗୋଟିଏ ପାଠ୍ୟକ୍ରମକୁ ବନ୍ଦ କରି ଦିଆଯାଇଛି । ସେହିପରି ବିଭିନ୍ନ ପାଠ୍ୟକ୍ରମରେ ୧ ଲକ୍ଷ ୨୧ ହଜାର ୧୯୧ ସିଟ୍ ହ୍ରାସ କରାଯାଇଛି । ଏଆଇସିଟିଇ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୯-୨୦ ଶିକ୍ଷାବର୍ଷରେ ୧୦ ହଜାର ୯୯୨ ବୈଷୟିକ ଶିକ୍ଷାନୁଷ୍ଠାନ ୩୨ ଲକ୍ଷ ୯ ହଜାର ୭୦୩ ସିଟ୍ରେ ନାମଲେଖା ଲାଗି ଅନୁମତି ମିଳିଥିଲା । ୨୦୨୦-୨୧ ଶିକ୍ଷାବର୍ଷରେ ୯ ହଜାର ୬୯୧ ଶିକ୍ଷାନୁଷ୍ଠାନ ୩୦ ଲକ୍ଷ ୮୮ ହଜାର ୫୧୨ ସିଟ୍ରେ ନାମଲେଖା ପାଇଁ ଅନୁମତି ଦିଆଯାଇଛି । ୧୭୯ ଶିକ୍ଷାନୁଷ୍ଠାନ ନିଜ ଆଡୁ ବନ୍ଦ କରିବାକୁ ଆବେଦନ କରିଥିଲେ । ଏହି ଶିକ୍ଷାନୁଷ୍ଠାନ ଗୁଡ଼ିକରେ ୩୪ ହଜାର ୫୫୩ ସିଟ୍ ଥିଲା । ପିଲା ହେଉ ନଥିବାରୁ ୭୬୨ଟି ଶିକ୍ଷାନୁଷ୍ଠାନର ୬୯ ହଜାର ୯୬୫ ସିଟ୍ ହ୍ରାସ କରାଯାଇଛି । ବର୍ତମାନ ପରିସ୍ଥିତିରେ ବୈଷୟିକ ଶିକ୍ଷା ପ୍ରତି ପିଲାଙ୍କ ଆଗ୍ରହ ନାହିଁ । ତାହାକୁ ନଜରରେ ରଖି ୧୩୪ଟି ଶିକ୍ଷାନୁଷ୍ଠାନ ଅନୁମୋଦନ ଲାଗି ପୁନଃ ଆବେଦନ କରିନାହାନ୍ତି । ଯେଉଁଥି ପାଇଁ ଏହି ଶିକ୍ଷାନୁଷ୍ଠାନରେ ଥିବା ୪୦ ହଜାର ୫୭୮ ସ୍ଟିକୁ କାମର ଦିଆଯାଇଛି । ଏହା ବ୍ୟତୀତ ଲଗାତାର ଭାବେ ୫ ବର୍ଷ ଧରି ଅନୁମୋଦିତ ସିଟ୍ରୁ ୩୦ ପ୍ରତିଶତରୁ କମ୍ ଛାତ୍ରଛାତ୍ରୀ ନାମ ଲେଖାଇବା ହେତୁ ଏଆଇସିଟିଇ ପକ୍ଷରୁ ୪୪ ଶିକ୍ଷାନୁଷ୍ଠାନରେ ୮୮୩୧ ସିଟ୍ ହ୍ରାସ କରାଯାଇଛି । ପିଲା ହେଉ ନଥିବାରୁ ଗୋଟିଏ ପଟେ କଲେଜ ବନ୍ଦ ହେଉଥିବା ବେଳେ ଅନ୍ୟପଟେ ୨୦୨୦-୨୧ ଶିକ୍ଷାବର୍ଷ ଲାଗି ୧୬୪ଟି ଶିକ୍ଷାନୁଷ୍ଠାନରେ ୩୯ ହଜାର ୬୫୬ ସିଟ୍ ଖୋଲିବାକୁ ଅନୁମତି ମିଳିଛି । ଦେଶର ୧୩୧୧ଟି ଶିକ୍ଷାନୁଷ୍ଠାନ ନୂଆ ପାଠ୍ୟକ୍ରମ ଖୋଲିବା ଲାଗି ଆବେଦନ କରିଥିଲେ । ଏଆଇସିଟିଇ ପକ୍ଷରୁ ଉକ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକର ୧ ଲକ୍ଷ ୨ ଜହାର ୩୯୭ଟି ସିଟ୍କୁ ଅନୁମତି ଦିଆଯାଇଛି । ଏଆଇସିଟିଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ଆର୍କିଟେକଚର ଓ ଫାର୍ମାସି ପାଠ୍ୟକ୍ରମ ଲାଗି ଏଆଇସିଟିଇର ଅନୁମତି ଦରକାର ନାହିଁ । ଆର୍କିଟେକ୍ ପାଠ୍ୟକ୍ରମ ଖୋଲିବାକୁ ଚାହୁଥିବା କଲେଜଗୁଡ଼ିକ ‘କାଉନସିଲ୍ ଅଫ୍ ଆର୍କିଟେକଚର’ଓ ଫାର୍ମାସି କଲେଜ ଲାଗି ‘ଫାର୍ମାସି କାଉନସିଲ୍ ଅଫ୍ ଇଣ୍ଡିଆ’ର ଅନୁମୋଦନ ନିହାତି ଆବଶ୍ୟକ । ସମ୍ପୃକ୍ତ ପାଠ୍ୟକ୍ରମ ଲାଗି ଏଣିକି ଉକ୍ତ ଦୁଇଟି କାଉନସିଲ୍ର ରଖି ଏଥର ଆବେଦନ ପ୍ରକ୍ରିୟା ବିଳିମ୍ବିତ ହୋଇଥିଲା । ତଥାପି ମେ’ ମାସରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜୁନ୍ ଶେଷ ସୁଦ୍ଧା ଶେଷ ହୋଇଥିଲା ।

Leave A Reply

Your email address will not be published.

four × one =