୧୪୦ ଅବସରପ୍ରାପ୍ତ ରେଳବାଇ କର୍ମଚାରୀଙ୍କୁ କୋଭିଡ ଟିକା

ଭୁବନେଶ୍ୱର: ଭୁବନେଶ୍ୱରର ମେଂଚଶ୍ୱର ଠାରେ ଥିବା ରେଳବାଇ କେନ୍ଦ୍ରୀୟ ଚିକିତ୍ସାଳୟରେ ଶୁକ୍ରବାର ଦିନ ପ୍ରାୟ ୧୪୦ ଜଣ ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କୁ କୋଭିଡ ଟୀକା ଦିଆଯାଇଛି ।
ପୂର୍ବରୁ ପୂର୍ବତଟ ରେଳପଥ ମାର୍ଚ୍ଚ ମାସ ୪ ତାରିଖ ଠାରୁ ରେଳବାଇ କେନ୍ଦ୍ରୀୟ ଚିକିତ୍ସାଳୟରେ ସମସ୍ତ ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କୁ କୋଭିଡ ଟିକା ପ୍ରଦାନ କରିବାକୁ ଘୋଷଣା କରିଥିଲା । ଅବସରପ୍ରାପ୍ତ ରେଳବାଇ କର୍ମଚାରୀମାନେ ସରକାରୀ ଛୁଟି ଦିନ ବ୍ୟତୀତ ସପ୍ତାହର ସୋମବାର ଠାରୁ ଶୁକ୍ରବାର ମଧ୍ୟରେ ପୂର୍ବାହ୍ନ ୯ ଘଟିକା ଠାରୁ ଅପରାହ୍ନ ୪ ଘଟିକା ମଧ୍ୟରେ କେନ୍ଦ୍ରୀୟ ଚିକିତ୍ସାଳୟରେ ସେମାନଙ୍କ ନାମ ପଞ୍ଜିକରଣ କରିବା ପାଇଁ କୁହାଯାଇଛି ।
ଅବସରପ୍ରାପ୍ତ ରେଳ କର୍ମଚାରୀମାନେ ସେମାନଙ୍କର ଆଧାର କାର୍ଡ (ବାଧ୍ୟତାମୂଳକ), ପ୍ୟାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ, ଆରଇଏଲଏଚଏସ୍ କାର୍ଡ ପଞ୍ଜିକରଣ ସମୟରେ ଦାଖଲ କରିବା ସହିତ ଓଟିପି ପାଇଁ ସେମାନଙ୍କର ଆଧାର ସଂଯୁକ୍ତ ମୋବାଇଲ୍ ନମ୍ବର ପାଖରେ ରଖିବା ଉଚିତ୍ ।

Leave A Reply

Your email address will not be published.

twelve − 6 =