ବାଲିମେଳା: ମାଲକାନଗିର ଜିଲ୍ଲା ବାଲିମେଳା ଏନଏସି କୁ ଆଜି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି ଓ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା,ଆଦିବାସୀ ବିକାଶ ପରିଷଦ ର ଅଧକ୍ଷ ମାନସ ମାଡକାମୀ , ଜିଲ୍ଲା ବିଜେଡି ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା ଗ୍ରସ୍ତ କରି ବାଲିମେଳା ରେ ବିଭିର୍ଣ୍ଣ ଉନାୟନ ମୂଳକ କାର୍ଯ୍ୟ ର ଶୁଭାରମ୍ଭ କରିଥିଲେ । ପ୍ରଥମେ ବାଲିମେଳା କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ କାର୍ଯ୍ୟକ୍ରମ ବାସହିନ ବସ୍ତି ବାସିନ୍ଦା ଙ୍କୁ ପ୍ରାୟ ୧୪୦ ଜଣକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦ୍ୱାରା ବିବେଚିତ ହୋଇଥିବା ହିତାଧିକାରୀ ଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା ଏଥିସହିତ ବାଲିମେଳା ରେ ଆବର୍ଜନା ର ସଦୁପଯୋଗ ନିମନ୍ତେ ସୋୟଂସହାୟକ ଗୋଷ୍ଟି ଙ୍କୁ ୮ ଟି ବ୍ୟାଟେରୀ ଚାଳିତ ଗାଡିର ଶୁଭାରମ୍ଭ ମଧ୍ୟ କରାଯାଇଥିଲା , କାର୍ଯ୍ୟକ୍ରମ କୁ ପରିଚାଳିତ କରିଥିଲେ ବିଜ୍ଞାପିତ ଅଞ୍ଚଳ ପରିଷଦ ର ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥ ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ଏବଂ ବାଲିମେଳା ରେ ଥିବା ନଗର ବଣିକ ସଂଘ ଦ୍ୱାରା ବଣିକ ମାନଙ୍କ ସେବାରେ ଏକ ଆମ୍ବୁଲାନ୍ସ ର ଶୁଭାରମ୍ଭ ମଧ୍ୟ କରିଥିଲେ ଏଥିରେ ବଣିକ ସଂଘ ସଭାପତି ପ୍ରଦୀପ ନାୟକ ସମ୍ପାଦକ ଦିଲୀପ ସ୍ୱାଇଁ ଓ ସମସ୍ତ ବଣିକ ପ୍ରମୁଖ ଉପସ୍ଥିତ ଥିଲେ । ନଗର ବଣିକ ସଂଘ ଓ ସମ୍ବାଦ ତସଫରୁ ରକ୍ତଦାନ ଶିବିର ମଧ୍ୟ ଆୟୋଜନ କରଣାଇଥିଲା । ଏହିଅବସରରେ ବଣିକ ସଂଘ ତରଫରୁ ସାଂସଦ ଓ ବିଧାୟଙ୍କୁ ୯ ଦଫା ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା ଯଥା ଉଠା ଦୋକାନୀ ମାନଙ୍କ ପାଇଁ ମାର୍କେଟ କମ୍ପେଲr ନିର୍ମାଣ କରିବା,ମାଗଣା ଶୌଚାଳୟ ବସଷ୍ଟାଣ୍ଡ , ବ୍ୟାଙ୍କ, ହସ୍ପିଟାଲ ,ଆଧାର କେନ୍ଦ୍ର ,ଦୈନିକ ବଜାର ,ଭଳି ଯାଗାରେ ନିର୍ମାଣ କରିବା । ବଣିକ ସଂଘ ପାଇଁ କମ୍ୟୁନିଟି ହଲ, ବାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଏrରେ ଓ ରକ୍ତ ,ମଳ ,ମୂତ୍ର ପରୀକ୍ଷା ଗାର ନିର୍ମାଣ , । ଦୈନିକ ବଜାରରେ ସିସି ଟିଭି ସହିତ ଅଲୋକି କରଣ । ନାଳ ନର୍ଦମା ଗୁଡିକର ସଫେଇକରଣ । ବାଲିମେଳା କଲେଜ କୁ ଯିବା ଆସିବା କରିବାକୁ ଛାତ୍ର ଛାତ୍ରୀ ଙ୍କୁ ମାଗଣା ସେବା । ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଭିଜ୍ଞ ଡାକ୍ତର ଜୋଗାଇଦେବା ତଥା ଶିଶୁ ବିଶେଷଜ୍ଞ ,ଦାନ୍ତ , ସ୍ତ୍ରୀ ପ୍ରସୂତି ,ଆଖି ନାକ ଗଳା, ଔଷଧ ବିଶେଷଜ୍ଞ ଙ୍କୁ ନିଯୁକ୍ତି ପାଇଁ ଦାବି କରିଥିଲେ ଏହି ଦାବିପତ୍ର ଦେଇଥିଲେ ବଣିକ ସଂଘ ର ରାଜେନ୍ଦ୍ର କୂଳଦୀପ ଓ ସମସ୍ତ ବଣିକ ଉପସ୍ଥିତ ଥିଲେ ।