ଯାଜପୁର: ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଗରୀବ ବିକାଶ ସଂସ୍ଥା (ଜନହିତ ବ୍ୟାଙ୍କ) ସହ ଅନ୍ୟ ୧୪ ଟି ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀର ପଞ୍ଜିକରଣ ରଦ୍ଧ କରାଯାଇଚ୍ଥି । ଏ ସଂପର୍କରେ ସ୍ୱଳ୍ପ ସଂଚୟ ବିଭାଗର ନିଦେ୍ର୍ଧଶକ ଏସ୍. ଦାସ ସମସ୍ତ ଜିଲ୍ଲାପାଳ ମାନଙ୍କୁ ଅବଗତ କରାଇଚ୍ଥନ୍ତି । ଏହି କମ୍ପାନୀ ଏବଂ ଗରୀବ ବିକାଶ ସଂସ୍ଥା (ଜନହିତ ବ୍ୟାଙ୍କ) ବ୍ୟାଙ୍କ ସଂପର୍କିତ କାର୍ଯ୍ୟକ୍ରମ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଚ୍ଥି । ଜିଲ୍ଲା ମାନଙ୍କରେ ଏହି ସଂସ୍ଥା ମାନଙ୍କର କାର୍ଯ୍ୟକଳାପକୁ ରୋକିବା ସହ ସାଧାରଣ ଲୋକ ମାନଙ୍କୁ ସଚେତନ କରାଇବାକୁ ସ୍ୱଳ୍ପ ସଂଚୟ ନିଦେ୍ର୍ଧଶକ ପତ୍ର ସଂଖ୍ୟା ୩୧୯୩୦ ତା ୧୨ା୧୨ା୨୦୨୦ ରେ ଜିଲ୍ଲାପାଳ ମାନଙ୍କୁ ଅନୁରୋଧ କରିଚ୍ଥନ୍ତି । ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲାର ପୋଲିସ କର୍ତୃପକ୍ଷଙ୍କୁ ମଧ୍ୟ ଏ ସମ୍ୱନ୍ଧରେ ଅବଗତ କରାଯାଇ ଏହି ସଂସ୍ଥା ବା କମ୍ପାନୀ ମାନଙ୍କ ଦ୍ୱାରା ଯଦି ବେଆଇନ ବ୍ୟାଙ୍କିଙ୍ଗ କାରବାର ହେଉଥିବ ତେବେ ତାହା ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଦେ୍ର୍ଧଶ ଦିଆଯାଇଚ୍ଥି ।