୧୫ ଡିଗ୍ରି ତଳେ ରାଜ୍ୟର ୧୮ ସହର


କଟକ: ରାଜ୍ୟରେ ଶୀତର ପ୍ରକୋପ ଦିନକୁ ଦିନ ବଢ଼ି ଥିବାଲା ବେଳେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ତମାନ ସ୍ଥିତି ଜାରି ରହିବ । ଥଣ୍ଡାରେ ସେଭଳି ଆଖିଦୃଶିଆ ପରିବର୍ତନ ହେବ ନାହିଁ । ପାଗ ମୁଖତଃ ଶୁଖିଲା ରହିବ । ଆସନ୍ତା ୨୪ ଘଂଟା ମଧ୍ୟରେ କଳାହାଣ୍ଡି, କନ୍ଧମାଳ, ସୋନପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝର ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡି ପଡିବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ‘ବୁରେଭି’ର ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ । ଏହା ୩ ତାରିଖ ମଧ୍ୟରାତି ଓ ୪ ତାରିଖ ଭୋର ସମୟରେ ତାମିଲନାଡୁ ଉପକୂଳର କନ୍ୟାକୁମାରୀ ଓ ପାମବନ୍ ମଧ୍ୟରେ ସ୍ଥଳ ଭାଗ ଅତିକ୍ରମ କରିବ । ପ୍ରଭାବରେ ଘଂଟା ପ୍ରତି ୯୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଛି । ସେପଟେ ଗତ ୨୪ ଘଂଟାରେ ରାଜ୍ୟର ୧୮ଟି ସହରର ତାପମାତ୍ରା ୧୫ ଡିଗ୍ରି ତଳେ ରହିଥିଲା । ଗତ ୨୪ ଘଂଟାରେ ରାଜ୍ୟର ୧୮ଟି ସହରର ତାପମାତ୍ରା ୧୫ ଡିଗ୍ରି ତଳେ ରହିଥିଲା । ସୋପୁରରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୮.୮ ଡିଗ୍ରି ରେକର୍ଡ ହୋଇଛି ।

Leave A Reply

Your email address will not be published.

six − one =