୧୫ ଦିନ ତଳେ ଲୁଟ୍, ବନ୍ଧା ହେଲେ ଏବେ

ବଲାଙ୍ଗିର: ପ୍ରାୟ ୧୫ ଦିନ ପୂର୍ବେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଶାନ୍ତିପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ୨୦ ଜଣ ସଶସ୍ତ୍ର ଡକାୟତ ପଶି ଆତଙ୍କରାଜ ଖେଳାଇବା ସହ ଲୁଟ କରିଥିଲେ । ସେମାନଙ୍କ ମଧ୍ୟରୁ ୭ ଡକାୟତଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କୁ କୋର୍ଟଚାଲାଣ କରିଛି । ସୂଚନାଯୋଗ୍ୟ, ଗତ ୨୨ ତାରିଖ ରାତିରେ ପ୍ରାୟ ୨୦ ଜଣ ସଶସ୍ତ୍ର ଡକାୟତ ଶାନ୍ତିପୁର ଗ୍ରାମର ଆର୍ତ ସାହୁଙ୍କ କବାଟ ଭାଙ୍ଗି ଘରେ ପଶିବା ସହ ମାରଣାସ୍ତ୍ର ଦେଖାଇ ପରିବାର ସଦସ୍ୟଙ୍କୁ ଭୟଭୀତ କରିଥିଲେ । କେବଳ ସେତିକି ନୁହେଁ ଘରର ମାଲିକ ଆର୍ତ ସାହୁଙ୍କ ସମେତ ତାଙ୍କର ଦୁଇ ପୁଅ ଚନ୍ଦ୍ରକାନ୍ତ ଏବଂ ସୂର୍ଯ୍ୟକାନ୍ତଙ୍କୁ ପ୍ରବଳ ମାଡ ମାରିବା ସହ ଦୀର୍ଘ ୨ ଘଂଟା ଧରି ଘର ଭିତରେ ଆତଙ୍କରାଜ ଖେଳାଇଥିଲେ ଡକାୟତ । ତେବେ ପାଟିତୁଣ୍ଡ ଶୁଣି ଗାଁ ଲୋକେ ପଦାକୁ ବାହାରି ପଡିଥିବା ବେଳେ ଡକାୟତମାନେ ହାତ ବୋମା ପିଙ୍ଗି ସେମାନଙ୍କୁ ଭୟଭୀତ କରିଥିଲେ । ସନ୍ଧ୍ୟାରେ ୭ ଜଣଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ଖୁବଶୀଘ୍ର ସଂପୃକ୍ତ ଅନ୍ୟମାନଙ୍କୁ ଧରିବାରେ ସକ୍ଷମ ହେବେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଗିରଫ ହୋଇଥିବା ଡକାୟତଙ୍କଠାରୁ ୬ଟି ମୋବାଇଲ ଫୋନ, କେତେକ ମାରଣାସ୍ତ୍ର ଇତ୍ୟାଦି ଜବତ ହୋଇଥିବା ବେଳେ ଅନ୍ୟମାନଙ୍କୁ ଧରିବା ପରେ ଘଟଣାର ପର୍ଦ୍ଧାଫାସ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

three + sixteen =