୧୫ ରାଜ୍ୟକୁ ଓଡ଼ିଶାରୁ ଗଲାଣି ୨୦ ହଜାର ୭ ମେଟ୍ରିକ ଟନ ଅମ୍ଳଜାନ

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଅମ୍ଳଜାନ ସଙ୍କଟ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିଛି । ପ୍ରତିଦିନ ଦେଶରେ କୌଣସି ନା କୌଣସି ସ୍ଥାନରେ ଅମ୍ଳଜାନ ଅଭାବରୁ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ କରୋନା ରୋଗୀଙ୍କ ମୃତ୍ୟୁ ଘଟୁଛି । ଏଭଳି ପରିସ୍ଥିତିରେ ଓଡ଼ିଶା ବିଭିନ୍ନ ରାଜ୍ୟକୁ ମେଡିକାଲ ଅମ୍ଳଜାନ ଯୋଗାଇବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ବର୍ତମାନ ସୁଦ୍ଧା ଓଡ଼ିଶାରୁ ୧୫ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳକୁ ୧୦୯୧ ଟ୍ୟାଙ୍କର ଜରିଆରେ ୨୦ ହଜାର ୭ ମେଟ୍ରିକ ଟନ୍ ମେଡିକାଲ ଅମ୍ଳଜାନ ଯୋଗାଣ ହୋଇଛି । ଏ ନେଇ ରାଜ୍ୟ ପୋଲିସ ମୁଖ୍ୟାଳୟ ତରଫରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ, ରାଉରକେଳା, ଯାଜପୁର, ଢ଼େଙ୍କାନାଳ ଏବଂ ଅନୁଗୋଳ ଜିଲ୍ଳାରୁ ଏହିସବୁ ଅମ୍ଳଜାନ ଯୋଗାଣ ହୋଇଛି । ଗତ ୩୧ ଦିନ ମଧ୍ୟରେ ଅନୁଗୋଳ ଜିଲ୍ଲାରୁ ୧୦୦ ଟ୍ୟାଙ୍କର ଜରିଆରେ ୧୬୧୧.୫୮୨ ମେଟ୍ରିକ ଟନ ଅମ୍ଳଜାନ ଯୋଗାଣ କରାଯାଇଛି । ସେହିପରି ଢ଼େଙ୍କାନାଳରୁ ୨୬୫ ଟ୍ୟାଙ୍କରରେ ୪୨୬୯.୫ ମେଟ୍ରିକ ଟନ, ଯାଜପୁରରୁ ୨୫୨ ଟ୍ୟାଙ୍କରରେ ୫୧୬୬.୩୨୭ ମେଟ୍ରିକ ଟନ ଏବଂ ରାଉରକେଲାରୁ ୪୭୪ ଟ୍ୟାଙ୍କର ଯୋଗେ ୮୯୫୯.୯୨୭ ମେଟ୍ରିକ ଟନ ଅମ୍ଳଜାନ ଯୋଗାଇ ଦିଆଯାଇଛି । ଅମ୍ଳଜାନ ଯୋଗାଣ ହୋଇଥିବା ରାଜ୍ୟଗୁଡିକ ମଧ୍ୟରେ ଆନ୍ଧ୍ରପ୍ରଦଶେକୁ ୩୪୦ ଟ୍ୟାଙ୍କରରେ ୬୬୯୩.୦୭୪ ମେଟ୍ରିକ ଟନ୍‌, ତେଲେଙ୍ଗାନାକୁ ୨୭୮ ଟ୍ୟାଙ୍କରରେ ୪୭୪୪.୦୪୯ ମେଟ୍ରିକ ଟନ, ତାମିଲନାଡୁକୁ ୭୮ ଟ୍ୟାଙ୍କରରେ ୧୩୮୨.୬୬୭ ମେଟ୍ରିକ ଟନ, ହରିୟାଣାକୁ ୧୪୯ ଟ୍ୟାଙ୍କରରେ ୬୬୦.୦୫୧ ମେଟ୍ରିକ ଟନ, ଛତିଶଗଡକୁ ୩୭ ଟ୍ୟାଙ୍କରରେ ୫୯୮.୩୫ ମେଟ୍ରିକ ଟନ ଅମ୍ଳଜାନ ପଠାଯାଇଛି । ସେହିପରି ମଧ୍ୟପ୍ରଦେଶକୁ ୬୫ ଟ୍ୟାଙ୍କରରେ ୧୧୪୭.୭୬, ଉତର ପ୍ରଦେଶକୁ ୫୮ଟ୍ୟାଙ୍କରରେ ୧୧୫୪.୮୯୨ ମେଟ୍ରିକ ଟନ ଅମ୍ଳଜାନ ପଠାଯାଇଛି ।

Leave A Reply

Your email address will not be published.

4 + 3 =