୧ ଟଙ୍କା ଫି’ ନେଇ ରୋଗୀ ଦେଖୁଛନ୍ତି ଡାକ୍ତର ଦମ୍ପତି

ବୁର୍ଲା: ଗରିବ ରୋଗୀଙ୍କୁ ସୁବିଧାରେ ସେବା ଯୋଗାଇ ଦେବା ପାଇଁ ଡାକ୍ତରଙ୍କ ଅଭିନବ ଉଦ୍ୟମ । ନିଜ ଭଡ଼ା ଘରେ ଆରମ୍ଭ କରିଛନ୍ତି ଟଙ୍କାକିଆ ରୋଗୀ ଦେଖା । ମାତ୍ର ୧ ଟଙ୍କା ଦେଇ ଗରିବ ରୋଗୀମାନେ ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ପାରୁଛନ୍ତି । ଏମିତିକି ଡାକ୍ତରଙ୍କ ସହଧର୍ମିଣୀ ମଧ୍ୟ ଏଥିରେ ତାଙ୍କୁ ସହଯୋଗ କରୁଛନ୍ତି । ସପ୍ତାହକୁ ୫ ଦିନ ଖୋଲା ରହୁଛି ଏହି କ୍ଲିନିକ୍ । ଆଉ ସେହି ଡାକ୍ତର ଜଣକ ହେଉଛନ୍ତି ଶଙ୍କର ରାମଚନ୍ଦାନୀ । ଯେଉଁଠି ପ୍ରେସ୍କ୍ରିପସନ ଲେଖିବା ପାଇଁ ଡାକ୍ତର ଶହ ଶହ ଟଙ୍କା ନେଇଥାନ୍ତି । ହେଲେ ରୋଗୀଙ୍କଠାରୁ ମାତ୍ର ୧ ଟଙ୍କା ନେଇ ପ୍ରେସକ୍ରିପସନ୍ ଲେଖୁଛନ୍ତି ଶଙ୍କର । ବୁର୍ଲା ଭୀମସାରରେ ମେଡିସିନ ବିଭାଗରେ ଆସିଷ୍ଟାଂଟ ପ୍ରଫେସର ଭାବେ କାର୍ଯ୍ୟରତ ହସ୍ପିଟାଲରେ ରୋଗୀ ସେବା ପରେ ଘରକୁ ଆସି ସନ୍ଧ୍ୟାରେ ଆଖପାଖ ଅଂଚଳର ରୋଗୀ ଦେଖନ୍ତି । ରାମଚନ୍ଦାନୀଙ୍କ ପତ୍ନୀ ମଧ୍ୟ ଜଣେ ଦାନ୍ତ ଡାକ୍ତର । ତେଣୁ ପତ୍ନୀ ମଧ୍ୟ ରୋଗୀ ଦେଖିବାରେ ତାଙ୍କୁ ସାହାଯ୍ୟ କରୁଛନ୍ତି । ରାମଚନ୍ଦାନୀଙ୍କ କହିବାନୁଯାୟୀ, ମଧ୍ୟବର୍ତୀ ପରିବାରୁ ଆସିଥିବାରୁ ଗରିବ ଲୋକଙ୍କ ସମସ୍ୟା ବେଶ ଭଲ ଭାବେ ବୁଝିଛନ୍ତି । ତେଣୁ ପୁରା ମାଗଣା ଦେଖିଲେ, ହୁଏତ ସମ୍ପୃକ୍ତ ରୋଗୀଙ୍କୁ ଅନୁଭବ ହେବ, ଡାକ୍ତରଙ୍କୁ ପାରିଶ୍ରମିକ ଦେଇ ନାହାନ୍ତି । ତେଣୁ ସେ ଫି ବାବଦରେ ଏକ ଟଙ୍କା ରଖୁଛନ୍ତି । ରାମଚନ୍ଦାନୀଙ୍କ କ୍ଲିନିକ୍ କହିଲେ କାଠରେ ତିଆରି ଏକ ଛୋଟ କ୍ୟାବିନ୍ । କିଛି ଦିନ ତଳେ ଏହାକୁ ଉଦଘାଟନ କରିଛନ୍ତି । ଘରୋଇ ନର୍ସିଂ ହୋମ ଭଳି ଚାକଚକ୍ୟ ନାହିଁ କି, କୌଣସି କର୍ମଚାରୀ ନାହାନ୍ତି । କ୍ୟାବିନ ଭିତରେ ବସି ରୋଗୀ ଦେଖୁଛନ୍ତି ରାମଚନ୍ଦାନୀ । ଜଣେ ସମାଜସେବୀ ଭାବେ ମଧ୍ୟ ସେ ଜଣାଶୁଣା । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଂଚଳରେ ଏକ ନିମ୍ନ ମଧ୍ୟବିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ରାମଚନ୍ଦାନୀ । ଏକ ସାଧାରଣ ପରିବାରରୁ ଆସିଥିବାରୁ ଗରିବ ଲୋକଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦେଇ ନିଜ ମାଆ ବାପାଙ୍କର ଇଚ୍ଛା ପୁରଣ କରି ପାରିଛନ୍ତି ବୋଲି ସେ କହିଛନ୍ତି । ନିଜ ପରିବାର ସହ ଏବେ ବୁର୍ଲାରେ ରହୁଛନ୍ତି ଡାକ୍ତର ରାମଚନ୍ଦାନୀ।

Leave A Reply

Your email address will not be published.

three × 1 =