୧ ଲକ୍ଷ ୬୬ ହଜାର ପିସି ନେବାବେଳେ ଡିଏଫ୍ଓ ଗିରଫ

ପାଟଣାଗଡ଼, ୧୦ ।୦୬(ନି.ପ୍ର.) : ଲାଂଚ ତଥା ପିସି ନେଉଥିବା ବେଳେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନର ଡିଏଫଓଙ୍କୁ ପ୍ରଣବ କୁମାର ମହାନ୍ତି ଓ ଡେପୁଟି ରେଞ୍ଜର ଚିତରଞ୍ଜନ ଦେହୁରୀଙ୍କୁ ଭିଜିଲାନ୍ସ ଆଜି ଗିରଫ କରିଛି ।
ମିଳିଥିବା ସୂଚନା ମୁତାବକ ପାଟଣାଗଡ଼ କେନ୍ଦୁଲିଫ୍ ଡିଭିଜନର ଡିଏଫଓ ଶ୍ରୀ ମହାନ୍ତି, ଡେପୁଟି ରେଞ୍ଜର ଦେହୁରୀଙ୍କ ଦ୍ୱାରା ରେଞ୍ଜର ଜଗନ୍ନାଥ ଦାସଙ୍କଠାରୁ ୧ ଲକ୍ଷ ୬୬ ହଜାର ଲାଂଚ ମାଗିଥିବା ନେଇ ଅଭିଯୋଗ ହୋଇଥିଲା ।
ଅଭିଯୋଗକୁ ଭିତି କରି ବଲାଙ୍ଗିର ଭିଜିଲାନ୍ସ ଡିଏସପି କାଦମ୍ବିନୀ ସାମଲଙ୍କ ନେତୃତ୍ୱରେ ଭିଜିଲାନ୍ସର ଏକ ଟିମ୍ ପାଟଣାଗଡ଼ ଡିଏଫଓଙ୍କ ଅଫିସରେ ପହଂଚିଥିଲେ । ସେଠାରେ ଡିଏଫ୍ଓ ଉକ୍ତ ଟଙ୍କା ନେଉଥିବା ସମୟରେ ଧରାପଡ଼ିଥିବା ଜଣାପଡ଼ିଛି । ଅଫିସରେ ଚଢ଼ାଉ ସମୟରେ ଭିଜିଲାନ୍ସ ଆହୁରି ୩ ଲକ୍ଷ ୯୯ ହଜାର ଟଙ୍କା ମଧ୍ୟ ପାଇଥିଲା । ତେବେ ଏହି ୩ ଲକ୍ଷ ୯୯ ହଜାର ଟଙ୍କା ଅଫିସର ଟଙ୍କା ବୋଲି ଡିଏଫଓ ମହାନ୍ତି କହିଥିବା ବେଳେ ଏହାର ତଦନ୍ତ ଚାଲିଥିବା ଜଣାପଡ଼ିଛି ।
ବର୍ତମାନ ଡିଏଫଓ ଶ୍ରୀ ମହାନ୍ତି ଓ ଡେପୁଟି ରେଞ୍ଜର ଦେହୁରୀଙ୍କ ସରକାରୀ ବାସଭବନ, ଅଫିସ ଓ ଘରେ ଚଢ଼ାଉ ·ଲିଥିବା ଜଣାପଡ଼ିଛି । ଏହି ଚଢ଼ାଉ ସମୟରେ ଭିଜିଲାନ୍ସ ଡିଏସପି କାଦମ୍ବିନୀ ସାମଲଙ୍କ ସହିତ ପିକେ କିଶନ, ସଦାନନ୍ଦ ପାଣି ସମେତ ବଲାଙ୍ଗିର, ସୁବର୍ଣ୍ଣପୁର, ବରଗଡ଼ ଓ ରାଉରକେଲାର ଭିଜିଲାନ୍ସ ଅଧିକାରୀମାନେ ସାମିଲ ଥିବା ଜଣାପଡ଼ିଛି ।

Leave A Reply

Your email address will not be published.

5 × 4 =