ଭୁବନେଶ୍ୱର: ୨୦୨୦ ମାର୍ଚ୍ଚ ୨୩ରେ ରାଜ୍ୟସଭାରେ କୀଟନାଶକ ପରିଚାଳନା ବିଲ୍, ୨୦୨୦ ଉପସ୍ଥାପନ କରାଯାଇଛି । ୧୯୬୮ରେ ଲାଗୁ ହୋଇଥିବା ପୁରୁଣା କୀଟନାଶକ ନିୟମ, ୧୯୬୮ ବଳଦରେ ଏହାକୁ ଲାଗୁ କରାଯିବ । ପୁରୁଣା ନିୟମ ଅନୁସାରେ କୀଟନାଶକର ପିକରଣ, ଉତ୍ପାଦନ, ରପ୍ତାନି, ବିକ୍ରି ଓ ବ୍ୟବହାର ପିଚାଳିତ ହେଉଛି । ସେଥିରେ ରହିଥିବା ସମସ୍ୟାଗୁଡ଼ିକୁ ନୂଆ ବିଲ୍ ଜରିଆରେ ସମାଧାନ କରିବାକୁ ଉଦ୍ୟମ କରାଯାଇଛି । ମାତ୍ର ନୂଆ ବିଲ୍ ଦେଶର ଚାଷୀ ଓ ଚାଷ କ୍ଷେତ୍ରକୁଅଧିକ କ୍ଷତି ପହଂଚାଇବ ବୋଲି କୁହାଯାଉଛି । ସଂସଦର ମୌସୁମୀ ଅଧିବେଶନ ୨୦୨୦ ସେପ୍ଟେମ୍ବର ୧୪ରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ବିଲ୍ ଉପରେ ଆଲୋଚନା ହେବ ।
ଚାଷୀଙ୍କ ଆୟକୁ ୨୦୨୨ ସୁଦ୍ଧା ଦ୍ୱିଗୁଣିତ କରିବା ଲାଗି ଯେଉଁ ଲକ୍ଷ୍ୟ ରଖାଯାଇଛି ତାହାକୁ ଏହି ବିଲ୍ ପ୍ରଭାବିତ କରିବ । ଚାଷୀଙ୍କ ଆୟ ଦ୍ୱିଗୁଣିତ ଲାଗି ପ୍ରସ୍ତାବ ଦେବା ପାଇଁ ଗଠନ କରିଥିବା କମିଟି ଜଣାଇଛି ଯେ ଭାରତରେ ଫସଲ ଅମଳକୁ ସୁରକ୍ଷା ଦେବା ଲାଗି ବ୍ୟବହାର କରାଯାଉଥିବା କୀଟନାଶକ ମାତ୍ରା ବହୁତ କମ୍ ରହିଛି । ଭାରତରେ ହେକ୍ଟର ପିଛା ୦.୫ କେଜି କୀଟନାଶକ ବ୍ୟବହାର କରାଯାଉଥିବା ବେଳେ ଆମେରିକାରେ ତାହା ୦.୭ କେଜି, ୟୁରୋପରେ ୨.୫ କେଜି, ଜାପାନରେ ୧.୨ କେଜି ଓ କୋରିଆରେ ୬.୬ କେଜି ଭଳି ଉଚ୍ଚ ସ୍ତରରେ ରହିଛି । ଚାଷୀମାନଙ୍କ ସ୍ୱାର୍ଥ ରକ୍ଷା ଲାଗି ଏହି ବିଲ୍ ଉପରେ ବିସ୍ତୃତ ଆଲୋଚନା ହେବାର ଆବଶ୍ୟକତା ରହିଛି । ଏହାକୁ ସାଂସଦମାନଙ୍କ ସିଲେକ୍ଟ କମିଟି ନିକଟକୁ ପଠାଇବା ଦରକାର । ଭାରତୀୟ ଚାଷୀ, ଚାଷ କ୍ଷେତ୍ର ଏବଂ କୀଟନାଶକ ଶିଳ୍ପର ସ୍ୱାର୍ଥ ରକ୍ଷା ଲାଗି ଏହି ବିଲ୍ରେ ଆବଶ୍ୟକ ପରିବର୍ତନ ଅଣାଯିବା ଜରୁରୀ ।
ଏହି ବିଲ୍ ସମ୍ପର୍କରେ କ୍ରପ୍ କେୟାର ଫେଡେରେସନ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଡକ୍ଟର ଅଜିତ କୁମାର କହିଛନ୍ତି ଯେ, ନ୍ତଫସଲକୁ ସୁରକ୍ଷା ଦେଉଥିବା ଉତ୍ପାଦ ବ୍ୟବହାର ଉପରେ ଭାରତୀୟ ଚାଷୀମାନଙ୍କ କଲ୍ୟାଣ ଓ ଦେଶର ଖାଦ୍ୟ ସୁରକ୍ଷା ନିର୍ଭରଶୀଳ । ଏହା ସେମାନଙ୍କ ଫସଲକୁ ଅନେକ ବ୍ୟାପକ କିଟ ଆକ୍ରମଣରୁ ସୁରକ୍ଷା ଦେଇଥାଏ । ନିକଟରେ ବଡ଼ ଧରଣର ପଙ୍ଗପାଳ ଆକ୍ରମଣ ଏହାର ଏକ ବଳିଷ୍ଠ ଉଦାହରଣ ଯାହା ଦେଶର ବିିଭିନ୍ନ ସ୍ଥାନରେ ଦେଖିବାକୁ ମିଳିିଥିଲା । ଯଦି ଚାଷୀମାନେ କୀଟନାଶକ ବ୍ୟବହାର କରିନଥାନ୍ତେ ତେବେ ଫସଲ ନିଶ୍ଚିତ ନଷ୍ଟ ହୋଇଥାନ୍ତା । ଏସବୁକୁ ଦୃଷ୍ଟିରେ ରଖି ନୂଆ କୀଟନାଶକ ବିଲ୍ର କେତେକ ଧାରାକୁ ସମୀକ୍ଷା କରିବାକୁ ପଡ଼ିବ ଏବଂ କୀଟନାଶକର ଉପଲବ୍ଧତା ଓ ହାସଲ ପାଇଁ ରହିଥିବା ସମସ୍ୟା ଦୂର କରିବା ଲାଗି ବ୍ୟବସ୍ଥା କରିବାକୁ ପଡ଼ିବ । ବିନା କୌଣସି ବୈଜ୍ଞାନିକ ପ୍ରମାଣରେ କୀଟନାଶକର ପୀକରଣକୁ ବାତିଲ, ରଦ୍ଧ ଏଭଳିକି ନିଷିଦ୍ଧ କରିବାର କ୍ଷମତା ପୀକରଣ କମିଟିକୁ ଦିଆଯାଇଛି । ଏହା ଭାରତରେ କୀଟନାଶକ ଉତ୍ପାଦନକୁ ଗୁରୁତର ଭାବେ ପ୍ରଭାବିତ କରିବ । ଏହି ସବୁ ସମସ୍ୟା ଉପରେ ନଜର ରଖିବା ଲାଗି ଏକ ସ୍ୱାଧୀନ ନିୟାମକ ସଂସ୍ଥା ଦରକାର ।”ଭାରତ କୃଷକ ସମାଜର ସଭାପତି ଡକ୍ଟର କ୍ରିଷ୍ଣ ବୀର ସିଂହ ଚୌଧୁରୀ କହିଛନ୍ତି ଯେ, ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ଏବଂ ଚାଷୀମାନଙ୍କ ବ୍ୟୟକୁ କମ୍ କରିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱାରୋପ କରୁଛନ୍ତି । ମାତ୍ର ତାହାର ପ୍ରତିଫଳନ ନୂଆ କୀଟନାଶକ ବିଲ୍, ୨୦୨୦ରେ ଦେଖିବାକୁ ମିଳୁନାହିଁ । ଭାରତୀୟ ଚାଷୀମାନେ ଝାଳ ବୁହାଇ ପରିଶ୍ରମ କରୁଛନ୍ତି କିନ୍ତୁ ତାଙ୍କ ଦାବି ପୂରଣ ହେଉନାହିଁ । କୃଷି ରପ୍ତାନି ପାଇଁ ଓ ସ୍ୱଦେଶୀ କଂପାନି ଗଠନ କରିବା