୨୩ ତମ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ

ନବରଙ୍ଗପୁର : ମିଶନ ଶକ୍ତି ଗୃହ ଠାରେ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଯୋଜନା ବୋର୍ଡର ଅଧ୍ୟକ୍ଷ ମନହର ରନ୍ଧାରୀ ଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଛି । ଜିଲ୍ଲାର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକୁ ନେଇ ଆଲୋଚନା ହୋଇଛି । ଜିଲ୍ଲାରେ ମୁଖ୍ୟତଃ ପାଣି ସମସ୍ୟା,ରାସ୍ତା ସମସ୍ୟା  ଓ ବିଜୁଳି ସମସ୍ୟା କୁ ଦୂର କରି  ତଥା ନବରଙ୍ଗପୁର ଜିଲ୍ଲାକୁ କିପରି ବିକାଶ କରାଯିବ ସେ ବିଷୟରେ  ନିଷ୍ପତ୍ତି ନିଆଯାଇଥିଲା । ନବରଙ୍ଗପୁର ଜିଲ୍ଲା ବିକାଶ ପାଇଁ ୧୫୪୮ କୋଟି ଟଙ୍କା ର ପ୍ରୋଜେକ୍ଟ ରିପୋର୍ଟ ତୟାର୍ କରାଯାଇଛି ଜଳ, ସଡ଼କ, ବିଜୁଳି, ପଶୁ ସମ୍ପଦ, କୃଷି ଓ ବିଭିନ୍ନ ବିଭାଗରେ ଉନ୍ନୟନ ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି , ଜିଲ୍ଲା ବିକାଶ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଯୋଜନା କମିଟି ଅଧ୍ୟକ୍ଷ ମନୋହର ରନ୍ଧାରୀ କହିଛନ୍ତି। ଏହି ବୈଠକରେ ସାଂସଦ ରମେଶ ଚନ୍ଦ୍ର ମାଝୀ, ଝରିଗାଁ ବିଧାୟକ ପ୍ରକାଶ ମାଝୀ,ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ , ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଓ ଜିଲ୍ଲା ସ୍ଥରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

two × two =