+୨ କଳା ପରୀକ୍ଷାରେ କିସ୍ ଛାତ୍ରଛାତ୍ରୀଙ୍କ ବାଜିମାତ

ଭୁବନେଶ୍ୱର: ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ କଳା ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି । ଏଥିରେ କିସ୍ର ଛାତ୍ରଛାତ୍ରୀମାନେ ୯୯.୯୦ ପ୍ରତିଶତ ସଫଳତା ହାସଲ କରିଛନ୍ତି । ରାଜ୍ୟର ପାସ୍ ହାର ୬୭.୫୬ ରହିଥିବା ବେଳେ କିସ୍ ପାସ୍ ହାର ଉତ୍ସାହଜନକ ରହିଛି । ମୋଟ ୫୨୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୦୫ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । କୌଣସି ଏକ ସ୍କୁଲ୍ର ଏତେ ସଂଖ୍ୟକ ଛାତ୍ରଛାତ୍ରୀ +୨ କଳାରେ ସଫଳତା ହାସଲ କରିବାରେ କିସ୍ ପ୍ରଥମ ବୋଲି କୁହାଯାଉଛି । ଚଳିତବର୍ଷ କିସ୍ର ୩୪ଜଣ ଆଦିମ ଜନଜାତି ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିରୁ ସମସ୍ତ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି । ସେମାନଙ୍କ ମଧ୍ୟରୁ ୫ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି । କିସ୍ ଛାତ୍ରୀ ଧମାମତି ପରଜା ସର୍ବାଧିକ ୭୭ % ନମ୍ବର ରଖି ସ୍କୁଲ୍ ଟପ୍ପର ହୋଇଛନ୍ତି । କିସ୍ର ଏହି ସଫଳତାରେ ପ୍ରତିଷ୍ଠାତା ଚ୍ୟୁତ ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ସାମନ୍ତ କହିଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ନିୟମିତ ମାର୍ଗଦର୍ଶନ ଓ ଛାତ୍ରଛାତ୍ରୀଙ୍କ ଅଧ୍ୟବସାୟ ସେମାନଙ୍କୁ ସଫଳତା ଆଣି ଦେଇଛି ।

Leave A Reply

Your email address will not be published.

4 × 3 =