୨ ହାତୀ ମୃତ୍ୟୁ ଘଟଣା : ଚମ୍ପୁଆ ରେଞ୍ଜର ନିଲମ୍ବିତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ଫୁଆ ରେଞ୍ଜ ଯୋଡ଼ା ସେକ୍ସନ ଜୁରୁଡି ବିଟ୍ ଗୁରୁବେଡ଼ା ଗାଁ ପାଖ ବୈତରଣୀ (ଖ) ସଂରକ୍ଷିତ ଜଙ୍ଗଲରେ ଗତ ୧୪ ତାରିଖରେ ୨ଟି ହାତୀ ମୃତ୍ୟୁ ଘଟଣାରେ ପିସିସିଏଫ୍ (ମୁଖ୍ୟ ବନସଂରକ୍ଷକ) ଡ.ସନ୍ଦିପ ତ୍ରିପାଠୀ ଚମ୍ପୁଆ ରେଞ୍ଜର କାଶୀନାଥ ହେମ୍ବ୍ରମଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ । ପିସିସିଏଫ ଡ.ତ୍ରିପାଠୀ ତାଙ୍କ ପଦକ୍ଷେପ ନେଇଛନ୍ତି । ନିଲମ୍ବିତ ସମୟରେ ରେଞ୍ଜର ହେମ୍ବ୍ରମ ରାଉରକେଲା ଆରସିସିଏଫଙ୍କ କାର୍ଯ୍ୟାଳୟରେ ଦାୟିତ୍ୱ ସମ୍ପାଦନ କରିବେ ବୋଲି ଆଦେଶ ଦିଆଯାଇଛି । ଗତ ୧୬ ତାରିଖରେ କେନ୍ଦୁଝର ଡିଏଫଓ ସନ୍ତୋଷ ଯୋଶୀ ଏହି ଘଟଣାରେ ଯୋଡା ଫରେଷ୍ଟର ପିଅନ ନାୟକ ଓ ଜୁରୁଡି ବିଟ ଫରେଷ୍ଟ ଗାର୍ଡ ଫରେଷ୍ଟର ପିଅନ ନାୟକ ଓ ଜୁରୁଡି ବିଟ ଫରେଷ୍ଟ ଗାର୍ଡ ଦୋଳଗୋବିନ୍ଦ ଦେଓଙ୍କୁ ନିଲମ୍ବନ କରିଥିଲେ ।

Leave A Reply

Your email address will not be published.

seven + four =