୩୦୫୩ ନୂଆ ପଜିଟିଭ୍ ଚିହ୍ନଟ : ମୃତ୍ୟୁ ସଂଖ୍ୟା ୧୭

ଭୁବନେଶ୍ୱର: ରାଜ୍ୟରେ ଆଜି ୩୦୫୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୦୪ ଓ ସ୍ଥାନୀୟ ଅଞ୍ଚଳରୁ ୧୨୪୯ ଆକ୍ରାନ୍ତ ଅଛନ୍ତି । ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୨୯ ହଜାର ୩୮୭କୁ ବୃଦ୍ଧି ପାଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୨୫୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ନୟାଗଡ ଜିଲ୍ଲାରୁ ୬୭, ଗଞ୍ଜାମ ଜିଲ୍ଲାରୁ ୫୨, ବଲାଙ୍ଗୀର ଜିଲ୍ଲାରୁ ୯୫, ବାଲେଶ୍ୱର ଜିଲ୍ଲାରୁ ୮୫, କୋରାପୁଟ ଜିଲ୍ଳାରୁ ୪୪ ଭଦ୍ରକ ଜିଲ୍ଲାରୁ ୭୦, ରାୟଗଡା ଜିଲ୍ଳାରୁ ୩୬, ପୁରୀ ଜିଲ୍ଲାରୁ ୧୨୭, ସୁନ୍ଦରଗଡ ଜିଲ୍ଲାରୁ ୯୮, ଜଗତସିଂହପୁର ଜିଲ୍ଲାରୁ ୭୨, ସମ୍ବଲପୁର ଜିଲ୍ଲାରୁ ୧୨୩, କଳାହାଣ୍ଡି ଜିଲ୍ଲାରୁ ୪୧, ଯାଜପୁର ଜିଲ୍ଲାରୁ ୧୧୦, କନ୍ଧମାଳ ଜିଲ୍ଲାରୁ ୩୨, କେନ୍ଦ୍ରାପଡା ଜିଲ୍ଲାରୁ ୧୧୫, ମାଲକାନଗିରି ଜିଲ୍ଲାରୁ ୬୨, ଗଜପତି ଜିଲ୍ଳାରୁ ୧୮, ମୟୁରଭଞ୍ଜ ଜିଲ୍ଲାରୁ ୧୫୩ , ଝାରସୁଗୁଡା ଜିଲ୍ଲାରୁ ୧୪୬, ଢେଙ୍କାନାଳ ଜିଲ୍ଲାରୁ ୫୧, ନବରଙ୍ଗପୁର ଜିଲ୍ଳାରୁ ୧୪, କେନ୍ଦୁଝର ଜିଲ୍ଲାରୁ ୧୩୩, ସୁବର୍ଣ୍ଣପୁର ଜିଲ୍ଲାରୁ ୮୩, ଅନୁଗୁଳ ଜିଲ୍ଲାରୁ ୬୪, ବରଗଡ ଜିଲ୍ଲାରୁ ୯୮, ନୂଆପଡା ଜିଲ୍ଲାରୁ ୫୬, ଦେବଗଡରୁ ୧୬ ଓ ବୌଦ୍ଧ ଜିଲ୍ଲାରୁ ୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନାରେ ପୁଣି ୧୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୯୨କୁ ବୃଦ୍ଧି ପାଇଛି । ରାଜ୍ୟରେ ଆଜି ଯେଉଁ ୧୭ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି, ସେଥିମଧ୍ୟରେ ବାଲେଶ୍ୱର ଓ ଢେଙ୍କାନାଳରୁ ୩ଜଣ ଲେଖାଁଏ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁରରୁ ୨ ଜଣ ଲେଖାଁଏ କରୋନା ରୋଗୀ ମୃତ୍ୟୁବରଣ କରିଥିବା ବେଳେ ନୟାଗଡ, ଭଦ୍ରକ, ମୟୁରଭଞ୍ଜ, ଗଞ୍ଜାମ ଓ ଯାଜପୁରରୁ ଜଣେ ଲେଖାଁଏ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ଜଣାଯାଇଛି । ଏମାନେ ସମସ୍ତେ କୋଭିଡ ହସ୍ପିଟାଲରେ ଚିକିତ୍ସା ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି । ଏଣେ ରାଜ୍ୟରେ ମୋଟ୍ ୧,୯୪, ୧୨୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪, ୩୧୪ ରହିଛି ।

Leave A Reply

Your email address will not be published.

17 + five =