ନବରଙ୍ଗପୁର : ଦିନିକିଆ ନବରଙ୍ଗପୁର ଜିଲ୍ଲା ଗ୍ରସ୍ତରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ , ଡ଼ାବୁଗାଁ ନିର୍ବାଚନ ମଣ୍ଡଳୀର ଚାରିଗୋଟି ସ୍ଥାନରେ ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।ହେଲିକ୍ୟାପ୍ଟର ଯୋଗେ ଡ଼ାବୁଗାଁ ବ୍ଲକର ଭଣ୍ଡାରୀଗୁଡାଠାରେ ପହଚି ଓଲମାଠାରୁ ମାଟିଗାଁ ଯିବା ରାସ୍ତାରେ ଓ ରାସ୍ତାରେ ଥିବା ନାଳ ଉପରେ ପୋଲ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ, ପାପଡାହାଣ୍ଡି ଘୋଡାଖୁଣ୍ଟାଠାରେ ପହଞ୍ଚି ଆଟିଗାଁ ପଡିଆଗୁଡା ରାସ୍ତାରେ ପୋଲ ନିର୍ମାଣ,ଜଟାବାହାଲଠାରେ ତୁରୀ ନଦୀରେ ପୋଲ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ,କୋଷଗୁମୁଡ଼ା ବ୍ଲକ ଟେମରାଠାରେ ପହଞ୍ଚି ଗାଈଯୋଡି ଆମ୍ବଗୁଡା ଗାଁ କୁ ସଂଯୋଗ କରୁଥିବା ରାସ୍ତାରେ ଥିବା ନାଳ ଉପରେ ପୋଲ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ଟେମରା ଓ ଜଟାବାହାଲଠାରେ ଅନୁଷ୍ଠିତ ହେଉଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଆଜି ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିବା ଚାରିଗୋଟି ପ୍ରକଳ୍ପ ପାଇଁ 32 କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ଏହି ପ୍ରକଳ୍ପ ହେବା ଦ୍ୱାରା ଯୋଗାଯୋଗ କ୍ଷେତ୍ରରେ ଅନେକ ସୁବିଧା ହୋଇପାରିବ ବୋଲି କହିଛନ୍ତି । ଏହା ସହିତ ତାଙ୍କ ନିର୍ବାଚନ ମଣ୍ଡଳୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୧୨ ଶହ କୋଟି ଟଙ୍କାର କାର୍ଯ୍ୟ ଚାଲିଛି ଏଣୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଧାୟକ। ଏହି କାର୍ଯ୍ୟକ୍ରମରେ ସାଂସଦ ରମେଶ ଚନ୍ଦ୍ର ମାଝୀ, ଜିଲ୍ଲାପରିଷଦ ଅଧକ୍ଷ ମୋତିରାମ ନାୟକ, ବିଧାୟକ ମନୋହର ରନ୍ଧାରୀ ଯୋଗ ଦେବା ସହ ବିଭିନ୍ନ ଆଗଧାଡିର ନେତା ଓ ଶହଶହ ଲୋକ ଯୋଗ ଦେଇଛନ୍ତି।