ଭବାନୀପାଟଣା- କଳାହାଣ୍ଡିି ଜିଲ୍ଲାର ୩ ଜ ଣ ସହିଦ୍ କୋଭିଡ୍ ଯୋଦ୍ଧାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଧାନ କରାଯାଇଛି । ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍ସିଂ କାର୍ଯ୍ୟକ୍ରମରେ ୩ ଟି ପରିବାରର ଲୋକେ ଉପସ୍ଥିତ ଥିଲେ । ଜୁନାଗଡ ବ୍ଲକ ଅନ୍ତର୍ଗତ ଭଇଁରିଗୁଡା ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀଧର ପାତ୍ର, ପୁରୁଣାସର ଗ୍ରାମର ଅଙ୍ଗନବାଡି କର୍ମୀ ଯସ୍ମୀନ ପଟ୍ଟନାୟକ ଓ ଭବାନୀପାଟଣା ବ୍ଲକ ମାଲ ଗାଁ ପଞ୍ଚାୟତ ପିଇଓ ଛବିନ୍ଦ୍ର ସାହୁ କୋଭିଡରେ ଆକ୍ରାନ୍ତ ହୋଇ ମୃତୁ୍ୟବରଣ କରି ସହିଦ୍ ହୋଇଥିଲୈ । ସେମାନଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କା ଲେଖାଁଏଁ ସହାୟତା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଟି ଜିଲ୍ଲାର କୋଭୀଡ ଯୋଦ୍ଧାଙ୍କ ପରିବାର ସହିତ ଆଲୋଚନା କରିଥିଲେ । ଭବାନୀପାଟଣା ସହରସ୍ଥିତ ଓସ୍ୱାନ ଠାରେ କଳାହାଣ୍ଡି ଜିଲ୍ଲାପାଳ ଡା. ଗାଭାଲି ପରାଗ ହହର୍ଷଦ ଓ ୩ ସହିଦ୍ ଯୋଦ୍ଧାଙ୍କ ପରିବାର ଉପସ୍ଥିତ ଥିଲେ । କୋଭୀଡ୍ ଯୋଦ୍ଧାଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ଓ ସହାୟତା ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ ।