୩ ସାଇବର ଠକ ଗିରଫ

ବେଲପାହାଡ: ଏକ ସାଇବର ଠକ ଗ୍ୟାଙ୍ଗର ୩ଜଣ ଠକଙ୍କୁ ବେଲପାହଡ ଥାନାର ଏକ ସାଇବର ଠକେଇ ମାମଲାରେ ଝାରସୁଗୁଡା ପୋଲିସ ଗିରଫ କରିଛି । ଏମାନଙ୍କୁ ସୁନ୍ଦରଗଡ ଜିଲ୍ଲା ଲେଫରିପଡା ଥାନା ଅଂଚଳରୁ ସୋମବାର ରାତିରେ ଗିରଫ କରାଯାଇଥିବା ସୂଚନା ମିଳିଛି । ଏମାନଙ୍କ ଠାରୁ ୯ଟି ମୋବାଇଲ ଫୋନ, ଗୋଟିଏ ସୋନି ସାଉଣ୍ଡ ସିଷ୍ଟମ, ୧୧ ହଜାର ନଗଦ ଟଙ୍କା ଏବଂ ଅନ୍ୟାନ୍ୟ ଜିନିଷପତ୍ର ପୋଲିସ ଜବତ କରିଥିବା ବେଳେ ଅନ୍ୟ ଜଣେ ଜଣେ ଅଭିଯୁକ୍ତ ଫେରାର ଥିବା ପ୍ରକାଶ । ଗିରଫ ଅଭିଯୁକ୍ତମାନେ ଝାରଖଣ୍ଡ ଗିରିଡି ଅଂଚଳର ଗୁଡ୍ଡୁଲାଲ ରାଣା(୨୬), ପପ୍ପୁ ରାଣା(୩୨), ଗୋପାଲ ରାଣା(୩୪) ଏବଂ ଫେରାର ଥିବା ଅଭିଯୁକ୍ତ ଜଣକ ବିର୍ଜୁ ରାଣା ବୋଲି ଝାରସୁଗୁଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସ ସୁଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ବେଲାପାହଡ ଗାନ୍ଧିନଗରର ରେଳବାଇ କର୍ମଚାରୀ ଶିବାଶିଷ କର୍ମାକରଙ୍କ ନିକଟକୁ ଏହି ଠକମାନେ ଗତ ମାର୍ଚ୍ଚ ୨୨ ତାରିଖ ଦିନ ଫୋନ କରି ଆପଣ ଫୋନ ପେ ରେ ୧୯ଶହ ଟଙ୍କାର ଲଟେରୀ ଜିତିଛନ୍ତି ବୋଲି କିହିଥିଲେ । ଏହାପରେ ଏକ ଲିଙ୍କ ପଠାଇ ସେଠାରେ କ୍ଲିକ କରିବା ପାଇଁ କହିଥିଲେ । ସିବାଶିସ ଲିଙ୍କରେ କ୍ଲିକ କରିବା କ୍ଷଣି ତାଙ୍କ ଆକାଉଂଟରୁ ପ୍ରଥମେ୧୯ଶହ ଟଙ୍କା ଓ ଏହାର କିଛି ସମୟ ପରେ ପୂନର୍ବାର ୩୬ ହଜାର ଟଙ୍କା କଟିଯାଇଥିଲା । ଏହି ଟଙ୍କା ଆକାଉଂଟକୁ ଫେରସ୍ତ ନହେବାରୁ ଶିବାଶିଷ ଗତ ୨୪ ତାରିଖ ବେଲପାହାଡ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ବେଲାପାହାଡ ପୋଲିସ ଅଭିଯୋଗକୁ ଭିତିକରି ଧାରା ୪୧୯/୪୨୦ରେ କେଶ ନମ୍ବର ୫୯ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଫ୍ଲିପକାର୍ଟ, ପେୟୁ ପରି ବିଭିନ୍ନ ସୁତ୍ରରୁ ଠକମାନଙ୍କ ବିଷୟରେ ସିଡିଆର ଏନାଲିସିସ କରି ତାଙ୍କ ଲୋକେସନ ଯାଂଚ କରି ଠକ ମାନଙ୍କୁ ଗିରଫ କରିଥିଲା । ଠକ ମାନଙ୍କୁ ପଚରା ଉଚୁରା ସମୟରେ ସେମାନେ ଏହି ସାଇବର ଠକେଇ ଯାମାତ୍ରାରୁ ଶିଖିଥିବା ପ୍ରକାଶ କରିଛନ୍ତି । ପ୍ରଥମେ ଏହି ଠକ ମାନେ ଗୁଗୁଲ କ୍ରୋମରେ ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ଟେଲିକମ କମ୍ପାନି ଉପଭୋକ୍ତାଙ୍କର ନମ୍ବର ଖୋଜି ଥାଆନ୍ତି । ମୋବାଇଲ ନମ୍ବର ପାଇବା ପରେ ସାମେନ ସେହି ନମ୍ବରକୁ ଫୋନ କରି ଲଟେରୀ ଜିତିଛନ୍ତି କିମ୍ବା କୌଣସି ଅଫର ପାଇଛନ୍ତି କହି ନିଜ ଜାଲରେ ଫସାଇବା ସହ ଫୋନ ପେକୁ ଏକ ଲିଙ୍କ ପାଠାଇ ସେଠାରେ କ୍ଲିକ କରିବା ପାଇଁ କହିଥାନ୍ତି ।

Leave A Reply

Your email address will not be published.

five × 3 =