ଭୁବନେଶ୍ୱର: ଭୁବନେଶ୍ୱର-ରାଉରକେଲା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ (୦୨୮୬୧/୦୨୮୬୧) ସେବାକୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତି ନିଆଯାଇଛି । ଏହି ଟ୍ରେନ୍ ଅଗଷ୍ଟ ୩ରୁ ୧୨ ତାରିଖ ମଧ୍ୟରେ ଶନିବାର ଓ ରବିବାର ବ୍ୟତୀତ ରାଉରକେଲାଠାରୁ ପ୍ରତିଦିନ ସକାଳ ୫ଟା ୧୦ରେ ଛାଡ଼ିବାକୁ ଥିବା ବେଳେ ଭୁବନେଶ୍ୱରଠାରୁ ଅପରାହ୍ନ ୨ଟା ୧୦ରେ ଛାଡ଼ିବା ଉକ୍ତ ଟ୍ରେନ୍ ରାଉରକେଲା ଓ ଭୁବନେଶ୍ୱର ମଧ୍ୟରେ ଉଭୟ ଦିଗରୁ ରାଜଗାଙ୍ଗପୁର, ବାବରା, ଝାରସୁଗୁଡ଼ା, ରେଙ୍ଗାଲି,ସମ୍ଭଲପୁର ସିଟି, ରେଢ଼ାଖୋଲ, ବଇଣ୍ଡା, ଅନୁଗୁଳ, ତାଳଚେର ରୋଡ, ଢେ଼ଙ୍କାନାଳ ଓ ନାରାଜ ମାର୍ଥାପୁର ଷ୍ଟେସନରେ ରହିଣି କରିବ । ଏହା ବ୍ୟତୀତ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ (୦୮୪୩/୦୮୪୯୪) ଅଗଷ୍ଟ ପହିଲାରୁ ୧୨ ତାରିଖ ମଧ୍ୟରେ ଶନିବାର ଓ ରବିବାର ବ୍ୟତୀତ ଅନ୍ୟ ଦିନ ଗୁଡ଼ିକରେ ଭୁବନେଶ୍ୱରରୁ ସକାଳ ୬ଟା ୩୦ରେ ଓ ବଲାଙ୍ଗୀରରୁ ଅପରାହ୍ନ ୨ଟା ୪୫ରେ ଛାଡିବା ଏହି ଟ୍ରେନ୍ ମଂଚେଶ୍ୱର, ନରାଜ ରୋଡ, ଅନୁଗୁଳ, ବୋଇଣ୍ଡା, ବାମୁର, ରେଢ଼ାଖୋଲ, ସମ୍ବଲପୁର, ହୀରାକୁଦ, ବରଗଡ଼ ରୋଡ, ବରପାଲି ଓ ଲୋଇସିଂହା ଷ୍ଟେସନ୍ରେ ରହିବ । ଭୁବନେଶ୍ୱର- କୋରାପୁଟ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ ଭାୟା ସମ୍ବଲପୁର (୦୮୪୪୭/୦୮୪୪୮) ଅଗଷ୍ଟ ପହିଲାରୁ, ୧୨ ତାରିଖ ମଧ୍ୟରେ ଭୁବନେଶ୍ୱରଠାରୁ ପ୍ରତି ସୋମ, ବୁଧ ଓ ଶୁକ୍ରବାର ଦିନ ସନ୍ଧ୍ୟା ୬ଟା ୩୦ରେ ଛାଡିବାକୁ ଥିବା ବେଳେ କୋରାନୁଟଠାରୁ ପ୍ରତି ମଙ୍ଗଳବାର, ଗୁରୁବାର ଓ ରବିବାର ଦିନ ସନ୍ଧ୍ୟା ୫ଟା ୩୦ରେ କୋରାପୁଟ ଛାଡ଼ିବା ଭୁବନେଶ୍ୱର ଓ କୋରାପୁଟ ମଧ୍ୟରେ କଟକ, ଢେ଼ଙ୍କାନାଳ, ମେରାମଣ୍ଡଳୀ, ତାଳଚେର ରୋଡ୍, ଅନୁଗୁଳ, ବୋଇଣ୍ଡା, ରେଢ଼ାଖୋଲ, ସମ୍ବଲପୁର, ହୀରାକୁଦ, ବରଗଡ଼ ରୋଡ, ବରପାଲି, ଡୁଙ୍ଗୁରିପାଲି, ଲୋଇସିଂହା, ବଲାଙ୍ଗୀର, ବଡ଼ମାଳ, ଟିଟିଲାଗଡ଼, କେସିଙ୍ଗା, ମୁନିଗୁଡ଼ା, ଥେରୁବାଲି, ରାୟଗଡ଼ା, ଟିକିରି, ଏକ୍ଷ୍ମୀପୁର, କାକିରିଗୁମା, ବାଇଗୁଡା ଓ ଦାମନଯୋଡି ଷ୍ଟେସନ୍ରେ ରହିଣି କରିବ । ଅନ୍ୟ ସ୍ୱତନ୍ତ୍ର ଟ୍ରେନ ଯଥା ନୂଆଦିଲ୍ଲୀ-ଭୁବନେଶ୍ୱର, ଭୁବନେଶ୍ୱର-ମୁମ୍ବାଇ ଓ ଭୁବନେଶ୍ୱର-ହାଇଦ ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ପୂର୍ବ ବିଜ୍ଞପ୍ତି ଅନୁଯାୟୀ ଚଳାଚଳ କରିବ ।