୩-୪ଦିନ ପରେ ପୁଣି ବଢିବ ତାତି

ଭୁବନେଶ୍ୱର: ରାଜ୍ୟରେ ଅନେକ ସ୍ଥାନରେ ଗତକାଲି ବର୍ଷା ହୋଇଯାଇଛି । ବିଶେଷକରି ଦକ୍ଷିଣ ଓ ଉତର ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ଯୋଗୁଁ ପାଗ ଥଣ୍ଡା ରହିଛି । ଏଥିସହ ରାଜ୍ୟର ତାପମାତ୍ରା ପୁଣିଥରେ ୪୦ ଡିଗ୍ରିକୁ ଖସି ଆସିଛି । ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଭୁବନେଶ୍ୱରଠାରେ ୩୯.୭ ଡିଗି୍ର ରେକର୍ଡ ହୋଇଛି । ଆସନ୍ତା ୪୮ ଘଂଟା ଧରି ରାଜ୍ୟରେ ମୁଖ୍ୟତଃ ଭାବେ ତାପମାତ୍ରାରେ କୌଣସି ପରିବର୍ତନ ହେବାର ସମ୍ଭାବନା ନାହିଁ । ଏହା ପରେ ତାପମାତ୍ରା ଧୀରେଧୀରେ ବୃଦ୍ଧି ପାଇବ ।
ଅନ୍ୟପକ୍ଷେ ଅବଶିଷ୍ଟ ଓଡିଶାରେ ପାଗ ଶୁଖିଲା । ଆସନ୍ତାକାଲି ରାଜ୍ୟ କିଛି କିଛି ଅଞ୍ଚଳରେ କାଳବୈଶାଖୀ ଜନିତ ବର୍ଷା ହେବ । କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, କୋରାପୁଟ, ରାୟଗଡା ଓ ଗଜପତି ଆଦି ଜିଲ୍ଲାରେ ଆସନ୍ତାକାଲି ଅପରାହ୍ନ ଆଡକୁ ବିଜୁଳି, ଘଡଘଡି ସହ ବର୍ଷା ହେବ । ଏଥିପାଇଁ ଏହି ସବୁ ଜିଲ୍ଲାରେ ଯେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାପରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । କିନ୍ତୁ ଆସନ୍ତା ୪୮ ଘଂଟା ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତନ ହେବାର ନାହିଁ । ଏହାପରେ ଧୀରେଧୀରେ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ପାଣିପାଗ କେନ୍ଦ୍ର କହିଛି, ଆସନ୍ତାକାଲି ପରେ ପରବର୍ତୀ ୨ ଦିନ ରାଜ୍ୟରେ କାଳବୈଶାଖୀଜନିତ ବର୍ଷାର ସମ୍ଭାବନା ନାହିଁ । ଫଳରେ ଆସନ୍ତା ୪୮ ଘଂଟା ପରେ ରାଜ୍ୟର ତାପମାତ୍ରାରେ ଧୀରେ ଧୀରେ ବୃଦ୍ଧି ପରିଲକ୍ଷିତ ହେବ । ଏହା ପରେ ୧୯ ତାରିଖ ଆଡକୁ ପୁଣିଥରେ ରାଜ୍ୟରେ କାଳବୈଶାଖୀ ବର୍ଷା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେବ । ପବନର ବେଗ ଘଂଟା ପ୍ରତି ପ୍ରାୟ ୩୦ରୁ ୪୦ କିମି ରହିବ । କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀରେ ବିଜୁଳି, ଘଡଘଡି ସହ ବର୍ଷା ହେବ । ଆସନ୍ତାକାଲି ରାଜଧାନୀର ପାଗ ମେଘୁଆ ରହିବ ।

Leave A Reply

Your email address will not be published.

nineteen − fourteen =