କଟକ: ଓଡିଶା ହାଇକୋର୍ଟରେ ଶୀତ ଅବକାଶ ଆରମ୍ଭ ହୋଇଛି । ଶୁକ୍ରବାର ଠାରୁ ଛୁଟି ରହୁଥିବା ବେଳେ୨୦୨୧, ଜାନୁଆରି ୪ରେ ହାଇକୋର୍ଟ ଖୋଲିବ । ଶୀତ ଅବକାଶ ସମୟରେ ଜଷ୍ଟିସ୍ ଏସ୍.କେ. ମିଶ୍ର ଡିସେମ୍ବର ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଅବକାଶକାଳୀନ ବିଚାରପତି ଦାୟିତ୍ୱରେ ରହିବେ । ସେହିଭଳି ଡିସେମ୍ବର ୩୧ରୁ ୨୦୨୧, ଜାନୁଆରି ୩ତାରିଖ ପର୍ଯନ୍ତ ଜଷ୍ଟିସ୍ ସଙ୍ଗମ କୁମାର ସାହୁ ଅବକାଶକାଳୀନ ବିଚାରପତି ଦାୟିତ୍ୱରେ ରହିବେ ବୋଲି ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରୁ ସୂଚନା ମିଳିଛି । ଶୀତ ଅବକାଶ ସମୟରେ କାର୍ଯ୍ୟ ଦିବସରେ ଦିନ ୧୧ଟାରୁ ୧୨ଟା ମଧ୍ୟରେ ନୂଆ ମାମଲା ଦାଖଲ କରାଯାଇ ପାରିବ ।