ବୌଦ୍ଧ: ବୌଦ୍ଧଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଜି ଆମ୍ବଝରୀ ପଂଚାୟତର ଡଙ୍ଗାଖୋଲ ଗ୍ରାମର ଆଭ୍ୟନ୍ତରୀଣ ଅଂଚଳ ମଧ୍ୟରେ ଥିବା ୧୬ ଏକର ଜଙ୍ଗଲ ଜମି ଉପରେ ଚଢାଉ କରାଯାଇ ୪୮ ହଜାର ଗଂଜେଇ ଗଛକୁ ନଷ୍ଟ କରାଯାଇଛି । ନଷ୍ଟ ଗଂଜେଇର ଆନୁମାନିକ ମୂଲ୍ୟ ୪ କୋଟି ୮୦ ଲକ୍ଷ ହେବ ବୋଲି ଆକଳନ କରାଯାଇଛି । ଚଢାଉରେ ମାଜିଷ୍ଟେ୍ରଟ ଭାବରେ ଅତିରିକ୍ତ ତହସିଲଦାର ତି୍ରଦେବ ରଥ, ରୂପେଶ ମୁଖି ପ୍ରମୁଖ ସାମିଲଥିଲେ ।