୫ଟି ସଚିବଙ୍କ ଚମ୍ପୁଆ ଗସ୍ତ

ଚମ୍ପୁଆ : ଆଜି ୫ଟି ସଚିବ ନିର୍ଦ୍ଧାରିତ ସମୟରେ ଚମ୍ପୁଆ ହେଲିପ୍ୟାଡରେ ଅବତରଣ କରି ନେହେରୁ ଷ୍ଟାଡିୟମ ସଭାସ୍ଥଳକୁ ଆସିଥିଲେ । ପ୍ରବଳ ଖରା ଓ ଗୁଳୁଗୁଳି ସତ୍ତ୍ୱେ ପାରମ୍ପରିକ ନୃତ୍ୟଗୀତ ସହ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
୧୦ ହଜାରରୁ ଉର୍ଧ ଲୋକଙ୍କ ପାଖକୁ ଯାଇ କରମର୍ଦ୍ଦନ କରିବା ସହ ସ୍ଥାନୀୟ ସମସ୍ୟା ସମ୍ପର୍କିତ ଅଭିଯୋଗ ଗ୍ରହଣ କରିଥିଲେ । ଓଡ଼ିଶାର ବିକାଶ ପୁରୁଷ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ଭାବରେ ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ କହିଥିଲେ ସେ କେନ୍ଦୁଝର ଜିଲ୍ଲାର ବିକାଶ ପାଇଁ ବହୁବିଧ ପଦକ୍ଷେପ ନେଇଛନ୍ତି। ଶିକ୍ଷା, ସ୍ଵାସ୍ଥ୍ୟ,ଗମନାଗମନ,କ୍ରୀଡା ଭିତ୍ତିଭୂମି ଉପରେ ଏ ଅଞ୍ଚଳର ବିକାଶ ତ୍ବରାନ୍ବିତ ହୋଇଛି । ଏନ୍ଏସିର ପ୍ରତ୍ୟେକ ଘରକୁ ପାନୀୟ ଜଳ ଯୋଗାଣ,ମହିଳା ସ୍ଵୟଂସହାୟକ ଗୋଷ୍ଠୀକୁ ଆର୍ଥିକ ସ୍ଵାଵଲମ୍ଵୀ କରିବା,ଚାଷୀ ଓ ଚାଷ ପାଇଁ
ବିଭିନ୍ନ ଯୋଜନା, କାନପୁର ବୃହତ ଜଳସେଚନ ପ୍ରକଳ୍ପ ଖୁବ ଶୀଘ୍ର ଆରମ୍ଭ ହେବାକୁ ଥିବା କହିଥିଲେ । ଏହାଛଡା ସ୍ଥାନୀୟ ମନ୍ଦିର, ମସଜିଦ ଗୁରୁଦ୍ୱାର,ଗିରିଜା ମାନଙ୍କର ଉନ୍ନତି କରଣ ଏବଂ ମହିଳା ସ୍ଵୟଂସହାୟକ ଗୋଷ୍ଠୀକୁ ଶୁଭ ଖବର ଆଗାମୀ ଆଠ ଦିନ ଭିତରେ ମିଳିବ ବୋଲି ସାଧାରଣରେ ପ୍ରକାଶ କରିଥିଲେ । ମିଶନ ଶକ୍ତି ମାଆ ମାନଙ୍କୁ ବିନା ସୁଧରେ ଦିଆ ଯାଉଥିବା ୫ଲକ୍ଷ ପର୍ଯ୍ୟନ୍ତ ବ୍ୟାଙ୍କ ଋଣର ସଠିକ ବିନିଯୋଗ କରିବାକୁ ପରାମର୍ଶ ଦେଇଥିଲେ। ସେହିପରି ରାଜ୍ୟ ସରକାର ପ୍ରତ୍ୟେକ ମହିଳାଙ୍କୁ ୧୦ଲକ୍ଷର ସ୍ଵାସ୍ଥ୍ୟ ବୀମା ଏବଂ ପୁରୁଷମାନଙ୍କୁ ୫ଲକ୍ଷଵୀମା ସହାୟତା ଦେଇ ଅନେକ ବିପର୍ଯ୍ୟୟ ରୁ ରକ୍ଷା କରିବା ସହ ଜୀବନ ବଞ୍ଚି ଯାଉଥିବା ଉଲ୍ଲେଖ କରିଥିଲେ । ଏତଦବ୍ୟତୀତ ଚମ୍ପୁଆର ଵିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷ ସ୍ଥାନୀୟ ସମସ୍ୟା ଯଥା ବାଇପାସ୍ ନିର୍ମାଣ, ମନ୍ଦିର ମସଜିଦ ର ଉନ୍ନତି କରଣ ଆଦିକୁ ନେଇ ଦାବୀପତ୍ର ଦେଇଥିଲେ । ଜିଲ୍ଲାରେ ଯେଉଁ ସବୁ ସରକାରୀ ଯୋଜନା ଚାଲିଛି ତାହାକୁ ଅଧିକ କ୍ରିୟାଶୀଳ କରିବାକୁ ନେବା ତାଙ୍କ ଗସ୍ତ ରେ ଉଦ୍ଦେଶ୍ୟ ବୋଲି ପ୍ରକାଶ କରିଥିଲେ । ବାର୍ଦ୍ଧକ୍ୟ ଭତ୍ତା ପାଇଁ ହିତାଧିକାରୀମାନେ ଆଉ ବ୍ୟାଙ୍କ ଆସିବାକୁ ପଡ଼ିବନି,ସେମାନେ ତାଙ୍କ ପଞ୍ଚାୟତରେ ଉକ୍ତ ଅର୍ଥ ପାଇବେ ବୋଲି ଘୋଷଣା କରିଥିଲେ । ତାଙ୍କ ଗସ୍ତକୁ ନେଇ ପ୍ରଶାସନ, ସ୍ଥାନୀୟ ଏନ୍ଏସି ବିଶେଷ କରି ଚେୟାରମେନ ଗିରିଜା ଶଙ୍କର ସାହୁ ଙ୍କ ଆକ୍ରାନ୍ତ ପରିଶ୍ରମ ସାର୍ଥକ ହେବା ସହ ଲୋକମାନଙ୍କ ମନରେ ପ୍ରବଳ ଉତ୍ସାହ ଓ ବିଶ୍ୱାସ ଦେଖିବାକୁ ମିଳିଥିଲା । ଏହାପରେ ଗୋଧୂଳି ପାନୀୟ ଜଳ ପ୍ରକଳ୍ପ ଅନୁଧ୍ୟାନ କରିବା ପରେ ବଡ଼ବିଲ,ଯୋଡା ଗସ୍ତରେ ଚାଲି ଯାଇଥିଲେ । 

Leave A Reply

Your email address will not be published.

5 × three =