କେନ୍ଦ୍ରାପଡ଼ା:  ଆସନ୍ତା ୫ତାରିଖରୁ ପର୍ଯ୍ୟଟକଙ୍କ ପାଇଁ  ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ଡ. ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି ।   
 ତେବେ କରୋନା କଟକଣା ମଧ୍ୟରେ ଏହି ଜାତୀୟ ଉଦ୍ୟାନକୁ ଖୋଲା ଯିବ ।  ସେ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟଟକମାନେ କେବଳ ଦିନବେଳା ଭିତରକନିକାରେ ପ୍ରବେଶ କରିବାକୁ ଅନୁମତି ପାଇବେ । ଏବେ ଏଠାରେ ରାତ୍ରୀଯାପନ କରିବା ପାଇଁ ଅନୁମତି ଦିଆଯିବ ନାହିଁ ।    ଆସନ୍ତା ୫ରୁ ପର୍ଯ୍ୟଟକମାନେ ଡାଙ୍ଗମାଳ, ଖୋଳା ଓ ଗୁପ୍ତି ଦେଇ ଭିତରକନିକାକୁ ପ୍ରବେଶ କରିପାରିବେ । ପର୍ଯ୍ୟଟକମାନଙ୍କ ପାଇଁ ସରକାରୀ ଓ ଘରୋଇ ବୋଟ୍ ଗୁଡ଼ିକୁ ପ୍ରସ୍ତୁତ କରାଯାଉଛି ।
 ଏହା ସହିତ ଭିତରକନିକାକୁ ଆସିବାକୁ ଥିବା ପର୍ଯ୍ୟଟକଙ୍କୁ କରୋନା ଗାଇଡ୍ ଲାଇନ୍, ଯେପରିକି ମାସ୍କ ପିନ୍ଧିବା ଆଦିକୁ ମାନିବାକୁ ବନଖଣ୍ଡ ଅଧିକାରୀ ଅନୁରୋଧ କରିଛନ୍ତି । 
 
			