ଭୁବନେଶ୍ୱର: ବ୍ରିଟେନ୍ ସହ ବିଶ୍ୱର ବହୁ ରାଷ୍ଟ୍ରରେ ଏବେ କରୋନାର ନୂଆ ଷ୍ଟେ୍ରନ୍ ଆତଙ୍କ ସୃଷ୍ଟି କରିଥିଲା ବେଳେ ରାଜ୍ୟରେ ୬ ବ୍ରିଟେନ୍ ଫେରନ୍ତା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ବୋଲି ଜମ ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ନିରଂଜନ ମିଶ୍ର ସୂଚନା ଦେଇଛନ୍ତିି । ସେ କହିଛନ୍ତି ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ୬୨ ଜଣ ବ୍ରିଟେନ୍ ଫେରନ୍ତାଙ୍କର କୌଣସି ପତା ମିଳିନାହିଁ । ଯାହା କି ଏବେ ଚିନ୍ତାର କାରଣ ହୋଇଛି ବୋଲି ସେ କହିଛନ୍ତି ।
ସୂଚନା ଯୋଗ୍ୟ ଯେ, ଗତ ନଭେମ୍ବର ମାସ ୩୦ ତାରିଖ ଠାରୁ ଡିସେମ୍ବର ମାସ ୨୧ ତାରିଖ ପର୍ଯ୍ୟନ୍ତ ୨୨ ଦିନ ମଧ୍ୟରେ ରାଜ୍ୟକୁ ୧୮୧ଜଣ ବ୍ରିଟେନ୍ରୁ ଫେରିଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ବର୍ତମାନ ସୁଧା ୧୧୯ଜଣଙ୍କ ପତା ମିଳିଛି । ଅବଶିଷ୍ଟ ୨୨ଜଣଙ୍କର କୌଣସି ପତା ମିଳିନାହିଁ । ସେମାନେ ଭୁଲ୍ ଠିକଣା ଏବଂ ଟେଲିଫୋନ୍ ନଂ ଦେଇଥିବାରୁ ସେମାନଙ୍କୁ ଠାବ କରିବା ସମ୍ଭବପର ହେଉନାହିଁ । ଯାହାକି ଏବେ ଚିନ୍ତାର କାରଣ ହୋଇଛି । ଅନ୍ୟପକ୍ଷରେ ପଜିଟିଭ୍ ଚିହ୍ନଟ ହୋଇଥିବା ୬ଜଣ ବ୍ରିଟେନ୍ଫେରନ୍ତାଙ୍କ ମଧ୍ୟରୁ ୩ଜଣ ଭୁବନେଶ୍ୱର ଓ ଅନ୍ୟ ୩ଜଣ ଜଗସିଂହପୁର ଜିଲ୍ଲାର ବୋଲି ଜଣାଯାଇଛି । ତେବେ ସେମାନେ ବ୍ରିଟେନ୍ରେ ଠାବ୍ ନୂଆ କରୋନା ଷ୍ଟେ୍ରନ୍ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ସେମାନଙ୍କ ସ୍ୱାବ୍ ନମୂନା ପରୀକ୍ଷା ପାଇଁ ପୁନେକୁ ପଠାଯାଇଛି । ପରୀକ୍ଷା ରିପୋର୍ଟ ମିଳିବା ପରେ ସ୍ପଷ୍ଟ ଚିତ୍ର ମିଳିଯିବ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ ବି୍ରଟେନ୍ରୁ ରାଜ୍ୟକୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ଏବେ ରାଜ୍ୟ ସରକାର ଓ ବିମାନ ବନ୍ଦର କତୃପକ୍ଷ କଡା ନଜର ରଖିଛନ୍ତି । ପ୍ରକାଶ ଥାଉକି ବି୍ରଟେନ୍ର କରୋନାର ନୂଆ ଷ୍ଟେ୍ରନ୍ ଠାବ ହେବା ପରେ ଭାରତ ସମେତ ବିଶ୍ୱର ବହୁ ରାଷ୍ଟ୍ର ବିମାନ ସେବା ବନ୍ଦ କରିଦେଇଛନ୍ତି । ବ୍ରିଟେନ୍ରୁ ଆସୁଥିବା ଯାତ୍ରୀମାନଙ୍କ କରୋନା ପରୀକ୍ଷା ସହ ସେମାନଙ୍କ ଉପରେ କଡା ନଜର ରଖାଯାଇଛି ।
ଉଲ୍ଲେଖ ଯୋଗ୍ୟ ଯେ, ବି୍ରଟେନ୍ରେ ଠାବ ହୋଇଥିବା ଭୂତାଣୁ ଏବେ ବିଶ୍ୱର ୪ଟି ମହାଦେଶ ଅନ୍ତର୍ଗତ ବହୁ ରାଷ୍ଟ୍ରରେ ବ୍ୟାପିଗଲାଣି । କାରଣ ବ୍ରିଟେନ୍ରୁ ବିଭିନ୍ନ ଦେଶକୁ ଯାତ୍ରା କରିଥିବା ଅଧିକାଂଶ ଯାତ୍ରୀ ଏହି ଭୂତାଣୁ ବାହାକ ହୋଇଛନ୍ତି । ନୂଆ କରୋନା ଭୂତାଣୁ ସ୍ପେନ୍ , ସ୍ୱିଜରଲ୍ୟାଣ୍ଡ, ସ୍ୱିଜେଣ୍ଡ, ଫ୍ରାନ୍ସ, ଡେନମାର୍କ, ଜର୍ମାନୀ, ଇଟାଲୀ, ନେଦରଲାଣ୍ଡ ଆଦି ଦେଶରେ ବ୍ୟାପିଗଲାଣି । ମିଳିଥିବା ସୂଚନା ଅନୁଯାୟୀ ଭାରତକୁ ଗତ ୯ତାରିଖରୁ ବର୍ତମାନ ସୁଦ୍ଧା ୬ହଜାରରୁ ଉଦ୍ଧ୍ୱର୍ ବ୍ରିଟେନ୍ରୁ ପ୍ରତ୍ୟାବର୍ତନ କରିଥିବା କୁହାଯାଇଛି ।