୭୪ତମ ଉପଖଣ୍ଡସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

ଚମ୍ପୁଆ: ସ୍ୱାଧୀନତା ଦିବସ ପ୍ରତିଟି ଭାରତୀୟଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ସହିତ ଦେଶପ୍ରେମରେ ଉଦ୍ବୁଦ୍ଧ କରାଇଥାଏ । ଏହି ପବିତ୍ର ଦିବସରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଆଗେଇ ଆସି ଏକ ସମୃଦ୍ଧ ଭାରତ ଓ ସମୃଦ୍ଧ ଓଡିଶା ଗଠନ ପାଇଁ ସମସ୍ତେ ସ୍ୱପ୍ନ ଦେଖିବାକୁ ଓ ସଂକଳ୍ପ ନେବାକୁ ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟେ୍ରଟ୍ ପ୍ରତାପ ପ୍ରୀତିମୟ ଆହ୍ୱାନ ଜଣାଇଛନ୍ତି । ଦେଶଭକ୍ତ କ୍ରାନ୍ତିକାରୀ ମୁକ୍ତିଯୋଦ୍ଧା ଯେଉଁମାନଙ୍କର ଉତ୍ସର୍ଗୀକୃତ ପ୍ରୟାସ ଓ ଅକ୍ଲାନ୍ତ ପରିଶ୍ରମ, ଅସୀମ ତ୍ୟାଗ ଓ ବଳିଦାନ ସ୍ଥଳରେ ପରାଧିନ ଭାରତ ସ୍ୱାଧୀନତାର ସୂର୍ଯ୍ୟ ଦେଖିଥିଲା, ସେହି ସଂଗ୍ରାମୀମାନଙ୍କୁ ଉପଜିଲ୍ଲାପାଳ ଶ୍ରୀ ପ୍ରୀତିମୟ ଭକ୍ତିପୂତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଭାରତର ସ୍ୱାଧୀନତା, ଏକତା, ଅଖଣ୍ଡତାକୁ ଚିର ଜାଜୁଲ୍ୟମାନ ରଖିବା ପାଇଁ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଜଣାଇଥିଲେ । ନେହେରୁ ଷ୍ଟାଡିୟମ୍ଠାରେ ଆୟୋଜିତ ୭୪ ତମ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟଅତିଥି ଭାବେ ଶ୍ରୀ ପ୍ରୀତିମୟ ଯୋଗଦେଇ ସେ କହିଥିଲେ ଯେ, ଆମ ଦେଶ ତଥା ରାଜ୍ୟ ବର୍ତମାନ ଏକ ଭୟଙ୍କର ମହାମାରୀ କୋଭିଡ୍-୧୯କୁ ସାମନା କରୁଛି । ରାଜ୍ୟ ସରକାରଙ୍କ ନିଦେ୍ର୍ଧଶକ୍ରମେ ପ୍ରଶାସନ ପକ୍ଷରୁ ଏହାର ଜୋରଦାର ମୁକାବିଲା ମ୍ମ କରାଯାଉଛି । ଆମକୁ ଆହୁରି ଆଗକୁ ଯିବାର ଅଛି । ଏକ ସମୃଦ୍ଧ ଚମ୍ପୁଆ, ସମୃଦ୍ଧ କେନ୍ଦୁଝର, ସମୃଦ୍ଧ ଓଡ଼ିଶା ଓ ସମୃଦ୍ଧ ଭାରତ ଗଠନ ପାଇଁ ସଙ୍କଳ୍ପବଦ୍ଧ ହେବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ମହାମାରୀ କୋଭିଡ୍-୧୯ ପାଇଁ ରାଜ୍ୟ ସରକାରଙ୍କ ନିଦେ୍ର୍ଧଶାବଳୀ ଅନୁଯାୟୀ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସମସ୍ତ ଅଧିକାରୀ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ବଜାୟ ରଖି ଏହି ପବିତ୍ର ଦିବସଟିକୁ ପାଳନ କରିଥିଲେ । ପୂର୍ବାହ୍ନ ୮ ଘଟିକା ସମୟରେ ଉପଜିଲ୍ଲାପାଳ ଶ୍ରୀ ପ୍ରୀତିମୟ ପ୍ରଥମେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପତାକା ଉତୋଳନ କରିଥିଲେ । ପରେ ବଣିକ ସଂଘ ପକ୍ଷରୁ ଆୟୋଜିତ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ସମ୍ମୁଖରେ ପତାକା ଉତୋଳନ କରିଥିଲେ । ପରେ ପରେ ଉପଜିଲ୍ଲାପାଳ ଶ୍ରୀ ପ୍ରୀତିମୟଙ୍କ ସମେତ ଅନ୍ୟାନ୍ୟ ଅଧିକାରୀଗଣ ମହାପୁରୁଷଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଏସ୍ଡିପିଓ ଦିଲୀପ କୁମାର ବାଗ୍, ଉପଖଣ୍ଡ ଚିକିତ୍ସା ଅଧିକାରୀ ଉମାକାନ୍ତ ମହାପାତ୍ର, ତହସିଲଦାର ଆଲୋକ କୁମାର ପଟେଲ, ବିଡିଓ ନୁପୂର ଚାନ୍ଦଗୋଟିଆ, ଅତିରିକ୍ତ ତହସିଲଦାର ଲଳିତ କୁମାର ନାଏକ, ଥାନା ଇନ୍ସପେକ୍ଟର ମନୋରଂଜନ ପ୍ରଧାନ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମନାଭ ବେହେରା, ମହତାବ ହାଇସ୍କୁଲର ଏନ୍.ସି.ସି ଅସ୍ତସର ଗିରିଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜୟନ୍ତ କୁମାର ନାୟକ କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିଲେ । ଅଳ୍ପ ସଂଖ୍ୟକ ବୁଦ୍ଧିଜୀବୀ, ବରିÂ ନାଗରିକ ଓ ଗଣମା୍ମମର ପ୍ରତିନିଧି ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

five × one =