୭୬ ପ୍ରବାସୀ ଶ୍ରମିକଙ୍କ ରକ୍ତନମୂନା ନେଗେଟିଭ

ଚମ୍ପୁଆ: ଚମ୍ପୁଆ ସୀମାନ୍ତ ଦେଇ ଏକ କଂଟେନରରେ ଯାଉଥିବା ୭୨ଜଣ ଶ୍ରମିକଙ୍କୁ ଅଟକାଇ ଚମ୍ପୁଆ ପୁଲିସ ସଙ୍ଗରୋଧ ଗୃହରେ ରଖିଥିଲେ । ସେମାନେ ଚେନ୍ନାଇରୁ ଆସି ଝାଡଖଣ୍ଡ ଦେଇ ଉତରପ୍ରଦେଶ ନିଜ ଘର ଅଭିମୁଖେ ଯାଉଥିଲେ । ସୋମବାର ଦିନ ସମସ୍ତ ୭୨ଜଣ ଶ୍ରମିକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଆଜି ଚମ୍ପୁଆ ପୋଲିସ ପ୍ରଶାସନ ପକ୍ଷରୁ ୭୬ଜଣ ଶ୍ରମିକଙ୍କୁ ଟ୍ରେନ ଭଡାଦେବା ସହ ଏକ ସ୍ୱତନ୍ତ୍ର ବସ ଯୋଗେ ସମ୍ବଳପୁର ରେଳ ଷ୍ଟେସନରେ ପହଂଚାଇବା ପାଇଁ ବ୍ୟବସ୍ଥା କରାଯାଇ ଥିବା ଚମ୍ପୁଆ ଥାନା ଅଧିକାରୀ ମନୋରଂଜନ ପ୍ରଧାନ ସୂଚନା ଦେଇଛନ୍ତି । ସେ ସମସ୍ତ ପ୍ରବାସୀ ଶ୍ରମିକମାନେ ସ୍ଥାନୀୟ ମହତାବ ଉଚ୍ଚବିଦ୍ୟାଳୟ ସଙ୍ଗରୋଧ ଗୃହରେ ଥିଲେ । ଏନଏସି ତରଫରୁ ସେମାନଙ୍କର ସମସ୍ତ ଖାଇବା ପିଇବାର ସମସ୍ତ ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.

17 + nineteen =