୭ ଦିନ ବିତି ଗଲେ ମଧ୍ୟ ଯେମିତିକୁ ସେମିତି;ଲୋକ ଭୋଗୁଛନ୍ତି ଯାତାୟତ କଷ୍ଟ

କାଲିମେଳା : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ନାଲାଗୁଣ୍ଠି ପଞ୍ଚାୟତର ଏମ.ପି.ଭି-୩୬ ଗ୍ରାମରେ ଦେଖିବାକୁ ମିଳିଛି ଏହିପରି ଘଟଣା। ଦୈନିକ ଖବରକାଗଜ ‘ନ୍ୟାୟବତୀ’ ରେ ଖବର ପ୍ରସାରିତ ହେଲା ବଡ଼ ବାବୁଙ୍କ ନିଦ ଭାଙ୍ଗିଲା। ରାସ୍ତାରେ କାଦୁଅ ପଚପଚ କିନ୍ତୁ ବାବୁ ମାନେ‌ ସେହି ସାହି ରାସ୍ତା ଦେଖିବାକୁ ଗଲେ ରାସ୍ତାକୁ ଅନୁଧ୍ୟାନ କଲେ ଏବଂ  ୭ ଦିନ ଉପରେ ବିତିଗଲେ ମଧ୍ୟ , ରାସ୍ତା ଯେମିତିକୁ ସେମିତି ଲୋକଙ୍କ କଷ୍ଟ କିଏ ବା ବୁଝିବ ? ସରକାରୀ ସ୍ତରରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦୁର୍ଯୋଧନ ମାଡକାମୀ ଓ ଜେ.ଇ ଶିବାଶିଷ ବିଶ୍ଵାସ ଯାଇ ସାନ୍ତ୍ଵନା ଦେଇ ଆସିଲେ , ହେଲେ କାମ ହବ କିନ୍ତୁ କେବେ ହବ ବର୍ଷା ଋତୁ ସରିଲା ପରେ ହବ କି? ବର୍ଷା ଋତୁ ସରିଲା ପରେ ରାସ୍ତା ସୁଖି ଯିବ ଓ ଲୋକ ମାନେ ପୂର୍ବ ପରି  ରାସ୍ତା କଥା ମଧ୍ୟ ଭୁଲିଯିବେ। ରାସ୍ତାରେ କାଦୁଅ ହେବାରୁ ସରକାରଙ୍କ ପାଖରେ ଲୋକମାନେ ଗୁହାରି କରିଥିଲେ ଯେ ଅତି ଶିଘ୍ର ଯାଆଆସ ପାଇଁ କୈାଣସି ମୋତେ ରାସ୍ତା କିଛି ମୋରମ ମାଟି ଓ ଡଷ୍ଟ ପକାଇ ଯାତାୟତକୁ ସ୍ୱାଭାବିକ କରାଯାଉ କିନ୍ତୁ ଏହା ହୋଇ ପାରିଲା ନାହିଁ। ରାସ୍ତାକୁ ଲାଗି ସାଇଡ ଡ୍ରେନକୁ ଟିକେ ଚଉଡ଼ା କରାଯାଇ ଡ୍ରେନ ରେ ପାଣି ଯିବା ପାଇଁ କରାଗଲେ ରାସ୍ତା ଆଉ ଖରାପ ହେବ ନାହିଁ। ଲୋକମାନେ ପ୍ରଶାସନକୁ ଅନୁରୋଧ କରି କହିଛନ୍ତି ଯେ ରାସ୍ତାରେ ଡଷ୍ଟ ପକାଇ ଯାତାୟତକୁ ସ୍ୱାଭାବିକ କରାଗଲେ ,ସାହି ବାସିନ୍ଦା ଏହି କାଦୁଅ ପଚପଚ ରାସ୍ତା କଷ୍ଟରୁ ମୁକ୍ତି ପାଇବେ ଓ ଏହି ଛୋଟ କାର୍ଯ୍ୟକୁ ଅତିଶିଘ୍ର କରାଯାଇ ଲୋକମାନଙ୍କୁ  ଏହି କଷ୍ଟରୁ ମୁକ୍ତି କରାଯାଉ। ନ ହେଲେ ସାହି ବାସିନ୍ଦା ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେବେ ବୋଲି କହିଛନ୍ତି।

Leave A Reply

Your email address will not be published.

one × 2 =