୯ରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡିକର ଆନ୍ଦୋଳନ

ଭୁବନେଶ୍ୱର: ଦେଶରେ କରୋନା ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କେବଳ ଲକ୍ଡାଉନ ଓ ସଟ୍ଡାଉନ ଘୋଷଣା କରିଚାଲିଛନ୍ତି । ଏହାରି ସୁଯୋଗରେ କେନ୍ଦ୍ର ଓ ରାଜ୍ୟ ସରକାର ଦୈନନ୍ଦିନ ଦେଶରେ ବିଭିନ୍ନ ପ୍ରକାର ଶ୍ରମିକ ବିରୋଧୀ ଅଧ୍ୟାଦେଶ ଆଣି ଶ୍ରମିକ ଶ୍ରେଣୀ ଉପରେ ଆକ୍ରମଣ ଚଳାଇଛନ୍ତି । ସାଧାରଣ ଶ୍ରମିକ କାମଧନ୍ଦା ନ ପାଇ ଅନାହାରରେ ସଢ଼ୁଥିଲାବେଳେ କର୍ପୋରେଟ୍ ସ୍ୱାର୍ଥରେ ଶ୍ରମ ଆଇନକୁ ସଂଶୋଧନ କରିଛନ୍ତି । ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ଘରୋଇକରଣ କରିବା ସହିତ ଶାଗମାଛ ଦରରେ ବିକି୍ର କରିବାରେ ଲାଗିଛନ୍ତି । ଏହି ସଂକଟ ସମୟରେ ୧୦କୋଟିରୁ ଊଦ୍ଧ୍ୱର୍ ଶ୍ରମିକ ବେରୋଜଗାରୀ ହୋଇସାରିଲେଣି । ଉଭୟ ସରକାର ନିଯୁକ୍ତି ପ୍ରକି୍ରୟାକୁ ସଂକୁଚିତ କରିବା ସହ ନୂଆ ପଦବୀ ସୃଷ୍ଟି କରୁ ନାହାନ୍ତି । ଖାଲିପଡ଼ିଥିବା ପଦବୀ ପୂରଣ ମଧ୍ୟ କରୁ ନାହାନ୍ତି । ଏହା ବିରୁଦ୍ଧରେ ଶ୍ରମିକ ସଙ୍ଗଠନମାନେ ଅଗଷ୍ଟ ୯ ଆନେ୍ଦାଳନକୁ ‘ଭାରତ ବଞ୍ଚାଓ’ ଦିବସ ଭାବେ ପାଳନ କରି ଆନ୍ଦୋଳନ ପାଇଁ ଡାକରା ଦେଇଛନ୍ତି । କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନମାନଙ୍କ ଅଗଷ୍ଟ ୯ ଆନ୍ଦୋଳନକୁ ଓଡ଼ିଶାରେ ସିପିଆଇ ସମର୍ଥନ ଜଣାଉଛି ବୋଲି ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ ଏକ ପ୍ରେସ୍ ଇସ୍ତାହାରରେ କହିଛନ୍ତି ।

Leave A Reply

Your email address will not be published.

1 × four =