ସମ୍ବଲପୁର- ବୁର୍ଲା ଭୀମାସାର ୭୦ ଜଣ ଡାକ୍ତାର କ୍ୱାରେଂନଟାଇନରେ ରହିବାକୁ ନିର୍ଦେଶ ଦିଆଯାଇଛି । ମୋଡିସିନ ବିଭାଗର ୩୮ ଡାକ୍ତରଙ୍କ ସମେତ ୭୦ ଜଣ ଡାକ୍ତର କ୍ୱାଂରେନଂଟାଇନରେ ରହିବେ ବୋଲି ଭୀମସାର ନିର୍ଦେଶକ ଲଳିତ କୁମାର ମେହେର କହିଛନ୍ତି । ସେ କୁହିବା ମୁତାବକ ବୁର୍ଲାର ୯ ଜଣ ଡାକ୍ତର ଗତ ମଙ୍ଗଳବାର କରୋନା ପଜିଟଭି ଚିହ୍ନଟ ହୋଇଥିଲେ । ଉକ୍ତ ଡାକ୍ତର ସେମାନଙ୍କ ସଂସ୍ପର୍ଶରେ ଆସିଥିବାରୁ ସେମାନଙ୍କକୁ କ୍ୱାରେଂଟାଇନରେ ରହିବାକୁ କୁହାଯାଇଛି । ଆଜିଠାରୁ ୧୨ ତାରିଖ ପର୍ଯ୍ୟନ୍ତ ମେଡିସିନ୍ ଓପିଡି ବନ୍ଦ ରହିବ । ମେଡିସିନ୍ ଓପିଡିକୁ ଆସୁଥିବା ରୋଗୀ ଜେନେରାଲ ଓପିଡିରେ ଦେଖାଇବା ପାଇଁ ବ୍ୟବସ୍ଥା ରହିଛି । ମେଡିକାଲ ଆସୁଥିବା ରୋଗୀଙ୍କ ପାଇଁ ମଧ୍ୟ ନମ୍ବର ଜାରି କରାଯାଇଛି । ୭୬୫୫୦-୫୧୫୯୮ ଏବଂ ୭୬୫୫୦-୫୧୬୦୧ ନମ୍ବରରେ ରୋଗୀ ମେଡିସିନ ସୁବିଧା ପାଇପାରିବେ ।