ଭଦ୍ରକ- କରୋନା ଲକଡାଉନ କଟକଣା ଉଲ୍ଲଂଘନ କରି ତହସିଲଦାରଙ୍କ କପଡା କିଣା ମହଙ୍ଗା ପଡିଲା । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅଡୁଆରେ ପଡିଛନ୍ତି ତହସିଲଦାର । ଏହି ଘଟଣାର ତଦନ୍ତଭାର ଉପଜିଲ୍ଲାପାଳଙ୍କୁ ଦଆଯାଇଛିି । ତହସିଲଦାର ଇନ୍ଦିରା କୈାଣସି ବେଆଇନ କାର୍ଯ୍ୟ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଗତ ୧୯ ତାରିଖରେ ଜିଲ୍ଲାରେ କଫୁ୍ର୍ୟ ଜାରିଥିବା ବେଳେ ଇନ୍ଦିରା ସାହୁ ଦେକାନୀଙ୍କୁ ଡାକି ଲୁଗା କିଣିଥିଲେ । ଜନୈକ ଯୁବକ ମୋବାଇଲରେ ଏହି ଦୃଶ୍ୟ ଉଠାଇଥିଲେ । ଏହା ଜାଣି ତହସିଲଦାର ଯୁବକଙ୍କ ସହ ଝଗଡା କରିଥିବା ବେଳ ସ୍ଥାନୀୟ ଲୋକ ଏହାକୁ ପ୍ରବଳ ବିରୋଧ କରିଥିଲେ ।