ଓଡିଆ ଝିଅ ହେଲେ ଜଳବାୟୁ ସଂପର୍କିତ ପରାମର୍ଶଦାତା


ଭୁବନେଶ୍ୱର- ସୁନ୍ଦରଗଡ ଜିଲ୍ଲାର ଅର୍ଚ୍ଚନା ସୋରେଙ୍ଗ ହେଲେ ଜାତିସଂଘ ମହାସଚିବ ଜଳବାୟୁ ସଂପର୍କିତ ପରାମର୍ଶଦାତା । ସେ ମୁମ୍ବାଇ ଟାଟା ଇନଷ୍ଟିଚୁ୍ୟଟ୍ ଅଫ୍ ସୋସିଆଲ ସାଇନ୍ସରୁ ରେଗୁଲେଟୋରି ଗଭର୍ଣ୍ଣାନ୍ସରେ ସ୍ନାତକୋତା ପାସ କରିଛନ୍ତି । ଅର୍ଚ୍ଚନା ବର୍ତମାନ ଓଡିଶାର ବଦ୍ଧୁଧରା ସଂସ୍ଥାରେ ଗବେଷଣା କରୁଛନ୍ତି । ଆଦିବାସୀଙ୍କ ପାରମ୍ପରିକ ଜ୍ଞାନ ଓ ପ୍ରଥା ପରମ୍ପରା ଉପରେ ମଧ୍ୟ ଗବେଷଣା କରିଛନ୍ତି । ଏତଦ୍ ବ୍ୟତିତ ଆଦିବାସୀଙ୍କ ପ୍ରଥା ପରମ୍ପରା ଓ ଜ୍ଞାନକୁ ଲେଖା ହିସାବରେ ପ୍ରସ୍ତୁତ କରିବା, ସଂରକ୍ଷଣ କରିବା ଓ ପ୍ରଚାର ପ୍ରସାର କରିବା ଦିଗରେ ସେ ଅନେକ କାମ କରିଛନ୍ତି । ଅର୍ଚ୍ଚନାଙ୍କ ଗବେଷଣାତ୍ମକ ଲେଖା ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର ବିଭିନ୍ନ ୱେବସାଇଟରେ ପ୍ରକାଶିତ ହୋଇଛି । ତାଙ୍କୁ ମିଳିତ ଜାତିସଂଘର ଲତେ ବଡ ପଦବୀ ମିଳିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟୁଛି ।

Leave A Reply

Your email address will not be published.

2 × 2 =