ଭୁବନେଶ୍ୱର- ଓଡିଆ ସିନେଜଗତର  ବିଶିଷ୍ଟ ଏଡିଟର ଦେବନ ମିଶ୍ରଙ୍କ  ହୃଦଘାତରେ ପରଲୋକ ହୋଇଛି ।  ମୃତ୍ୟୁ  ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁରେ ଓଡ଼ିଆ  ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର  ଛାୟା ଖେଳି ଯାଇଛି । ପୁଅ ମୋର କଳା ଠାକୁର ତାଙ୍କର ପ୍ରଥମ ଏଡିଟିଂ ଫିଲ୍ମ ଥିଲା ।  କାଶିଆ କପିଳା ଓ ପରଦେଶୀ ଚଢେଇ ପାଇଁ ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ଉଦଣ୍ଡୀ ସୀତା, ଭାଗ୍ୟ ହାତେ ଡୋରୀ, ଅଂଟିଛୁରୀ ତଂଟି କାଟେ, ଶ୍ରଦ୍ଧାଞ୍ଜଳି, ଯଶୋଦା, କଳାମଣିକ ଓ ସାବିତ୍ରୀ ଭଳି ଅନେକ ଚଳଚିତ୍ରରେ ସେ ଏଡିଟିଂ କରିଥିଲେ ।