ରାଉରକେଲାରେ ୧୪୪ ଧାରା

ରାଉରକେଲା- ସୁନ୍ଦରଗଡ ଜିଲ୍ଲାର ରାଉଲକେଲା ଷ୍ଟେସନ, ନୂଆ ବସଷ୍ଟାଣ୍ଡ ଓ ମଧୁସୂଦନ ଛକ ଅଂଚଳରେ ଗୁରୁବାର ମଧ୍ୟାହ୍ନ ୧୨ ଟାରୁ ରାତି ୧୨ ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ । ମଧ୍ୟପ୍ରଦେଶରୁ ଆସୁଥିବା ୩୦୦ ପ୍ରବାସୀ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଅପରାହ୍ନ ୪ରୁ ୫ ଟା ମଧ୍ୟରେ ରାଉଲକେଲା ଷ୍ଟେସନରେ ପଂହଚିବ । ତେଣୁ ମାହାମାରୀକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।

Leave A Reply

Your email address will not be published.

4 × two =