ନଦୀରେ ବୁଡିଯାଇ ୨ ଯୁବକ ମୃତ

ଯାଜପୁର: ଯାଜପୁର ଜିଲ୍ଲା ବରୀ ବ୍ଲକ ବ୍ରାହ୍ମଣୀ ନଦୀର ଶଙ୍କରାକୁଳ ଘାଟରେ ଅଘଟଣ । ଗାଧୋଉଥିବା ବେଳେ ବୁଡି ଯାଇ ଦୁଇ ଯୁବକ ମୃତ । ଗ୍ରାମବାସୀ ଓ ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି କରି ଶେଷରେ ଦୁଇ ମୃତଦେହକୁ ଉଦ୍ଧାର କରିଥିଲେ । ମୃତକ ଦୁଇଜଣ ହେଲେ ବାଲିଆ ଗ୍ରାମର କାଳନ୍ଦୀ ପଣ୍ଡାଙ୍କ ପୁଅ ଜିତେନ୍ଦ୍ର ପଣ୍ଡା ବୟସ (୧୮) ଏବଂ ଶରତ ମିଶ୍ରଙ୍କ ପୁଅ ସୁନିଲ ମିଶ୍ର ବୟସ (୨୩) । ଉଭୟ ଯୁବକ ବ୍ରାହ୍ମଣୀ ନଦୀକୁ ଦିନ ୧୧ଟା ବେଳେ ଗାଧୋଇବା ପାଇଁ ଯାଇଥିଲେ । ନଦୀରେ ଗୋଡ ଖସିଯିବାରୁ ଗଭୀର ସ୍ରୋତକୁ ଯାଇ ବୁଡିଯାଇଥିଲେ । ଖବର ପାଇ ଗ୍ରାମବାସୀ ପ୍ରଥମେ ଖୋଜାଖୋଜି କରିବା ସହିତ ବରୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମବାହିନୀ ପହଂଚି ଖୋଜିଖୋଜି କରି ଦୁଇ ମୃତ ଦେହକୁ ନଦୀରୁ ଉଦ୍ଧାର କରିଥିଲେ ।

Leave A Reply

Your email address will not be published.

4 × 4 =