କ୍ଵାରେଂଟାଇନ୍ ସେଂଟରରୁ ଆଦିବାସୀ ମହିଳାଙ୍କ ମୃତ ଦେହ ଉଦ୍ଧାର

ଭୋଗରାଇ: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଜୟରାମପୁର ପଂଚାୟତ ସ୍ଥିତ କ୍ୱାରେଂଟାଇନ୍ ସେଂଟରରୁ ପ୍ରବାସୀ ଆଦିବାସୀ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ । ମୃତ ମହିଳା ଜଣଙ୍କ ସ୍ଥାନୀୟ ଜୟରାମପୁର ଗ୍ରାମର ରବୀନ୍ଦ୍ର ଭୋଳାଙ୍କ ପତ୍ନୀ ଆରତୀ – ବୟସ ୪୧ ବର୍ଷ । ଏନେଇ ମହିଳାଙ୍କ ପରିବାର ସମେତ ଗ୍ରାମବାସୀମାନେ ୫ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି ଦୀର୍ଘ ସମୟ ଧରି ସଂପୃକ୍ତ ଟିଏମସିକୁ ଘେରାଉ କରିଥିଲେ । ମୋ ‘ମା”ଙ୍କୁ ଶାରୀରିକ ତଥା ମାନସିକ ନିର୍ଯାତନା ଦିଆଯାଇ ହତ୍ୟା କରାଯିବା ପରେ ମୃତ ଦେହକୁ ଝୁଲାଇ ଦେଇ ଆତ୍ମହତ୍ୟା ରୂପ ଦିଆଯାଇଛି ବୋଲି ମୃତ ମହିଳାଙ୍କ ପୁଅ ମୁନା ଅଭିଯୋଗ କରିଛନ୍ତି । ମହିଳାଙ୍କ ମୃତ୍ୟୁକୁ ନେଇ ଭୋଗରାଇ ପୁଲିସ ଏଯାଏ କିଛି ସ୍ପଷ୍ଟ ସୂଚନା ଦେଇନାହିଁ ।

Leave A Reply

Your email address will not be published.

nine − 4 =