5T ଅଧକ୍ଷ ଭି କେ ପାଣ୍ଡିଆନଙ୍କ ରାଇଘର ଗ୍ରସ୍ତ

* ଗ୍ରହଣ କଲେ ଅଭିଯୋଗ ପତ୍ର ୧୦ ଦିନ ମଧ୍ୟ ରେ ସମାଧାନ କରିବାକୁ  ଦେଲେ ପ୍ରତିଶ୍ରୁତି

* ଅଙ୍ଗନୱାଡି କର୍ମୀ ମାନଙ୍କ ଦରମା ବଢିବା ନେଇ କଲେ ବଡ଼ ଘୋଷଣା

ରାଇଘର : ଆଜି ନବରଙ୍ଗପୁର ଜିଲ୍ଲା ରାଇଘର ଗ୍ରସ୍ତ ରେ ଆମ ଓଡିଶା ନବୀନ ଓଡିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନ । ତାଙ୍କର ଗସ୍ତକୁ ନେଇ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି  କରାଯାଇଥିଲା| ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଥିଲା |ନବରଙ୍ଗପୁର ଜିଲ୍ଲା ତଥା ଅନ୍ୟ ଜିଲ୍ଲାର ପୋଲିସ ଫୋର୍ସ ସହ ସିଆରପିଏଫ ଓ ଆଇ ଆର ବି ଯବାନମାନଙ୍କୁ ନିୟୋଜିତ କରାଯାଇଥିଲା |ଆଜି ମଧ୍ୟାହ୍ନ ୧ଟା ୪୫ମିନିଟରେ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ  ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ରାଇଘର ସ୍ଥିତ ମିନି ଷ୍ଟାଡିୟମରେ ଅବତରଣ କରି ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ ଓ ପ୍ରାୟ ୪୫ ମିନିଟ ରହିବା ପରେ ଲକ୍ଷ୍ମୀପୁର ଗସ୍ତ କରିଥିଲେ |
୫ଟି ଅଧ୍ୟକ୍ଷଙ୍କ ଗସ୍ତର ଦୁଇଦିନ ପୂର୍ବରୁ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ତଥା ଜିଲ୍ଲା ପୋଲିସର ବରିଷ୍ଠ ଅଧିକାରୀମାନେ ରାଇଘର ଆସି ପ୍ରସ୍ତୁତିର ସମୀକ୍ଷା କରିବା ସହିତ ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ |ସେହିପରି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଜେଡି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଥିବା ଦେଖିବାକୁ ମିଳିଥିଲା |ଗତ ବର୍ଷ ମାର୍ଚ୍ଚ ମାସରେ ଜିଲ୍ଲାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ବିଷୟରେ ଅବଗତ କରାଇଥିଲେ କାର୍ତ୍ତିକ ପଣ୍ଡିଆନ। ଏହି ୯ ମାସ ମଧ୍ୟରେ ନବରଙ୍ଗପୁର ଜିଲ୍ଲାରେ ହୋଇଥିବା  ଉନ୍ନତିକରଣକୁ ନେଇ ଲୋକମାନଙ୍କୁ ଅବଗତ କରାଇଥିଲେ। ତତ୍ ସଙ୍ଗେ ସଙ୍ଗେ ଜିଲ୍ଲାର ଉପାନ୍ତ ଅଞ୍ଚଳରେ  ଖୁବଶୀଘ୍ର ୪ ଟି ଡିଗ୍ରୀ କଲେଜ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ନେଇ କହିଥିଲେ। ଆଜି ସ୍ଥାନୀୟ ଲୋକେ ଦେଇଥିବା ଦରଖାସ୍ତର ବିଚାର କରାଯାଇ ୧୦ ଦିନ ମଧ୍ୟରେ ଖୁସି ଖବର ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହାପରେ ଲକ୍ଷ୍ମୀପୁର ସାଧାରଣ ସଭାରେ  ଯୋଗ ଦେଇଥିଲେ। ବିଏସକେୱାଇ କାର୍ଡ ଲାଗି ପଞ୍ଜିକରଣ ଚାଲିଥିବା ବେଳେ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଆବେଦନ ଚାଲିବ। ଏହି ସମୟ ମଧ୍ୟରେ ଆବେଦନ କରିବାକୁ କହିବା ସହ ଆସନ୍ତା ୨ ମାସ ମଧ୍ୟରେ ପ୍ରତି ପଞ୍ଚାୟତରେ ଆମ ବ୍ୟାଙ୍କ ଖୋଲିବ। ମଧୁବାବୁ ଭତ୍ତା ରାଶି ବୃଦ୍ଧି  ଓ ଅଙ୍ଗନୱାଡି କର୍ମୀଙ୍କ ଦରମା ବୃଦ୍ଧିକୁ ନେଇ ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ଖୁସି ଖବର ଦେବେ ବୋଲି ଭିକେ ପାଣ୍ଡିଆନ ସୂଚନା ଦେଇଛନ୍ତି। ଭିକେ ପଣ୍ଡିଆନଙ୍କ ଗ୍ରସ୍ତ ସମୟରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ , ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ , ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ଉଠା ଜଳ ସେଚନ ଉପଦେଷ୍ଟା ପ୍ରମୋଦ କୁମାର ପାଢ଼ୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ , ଜିଲ୍ଲା ପରିଷଦ ଉପାଧ୍ୟାକ୍ଷା ଲିପିକା ବାରୋଇ , ରାଇଘର ବ୍ଲକ ଅଧ୍ୟକ୍ଷା ନବୀନା ନାୟକ, ଉମରକୋଟ ପୌର ଅଧକ୍ଷା ରାଧା ଭତ୍ରା, ରାଇଘର ବ୍ଲକ ଉପାଧ୍ୟକ୍ଷ ଗୁପ୍ତ ପ୍ରସାଦ ଝାଙ୍କର , ବରିଷ୍ଟ କର୍ମୀ ନେତୃ ମଣ୍ଡଳୀ ପ୍ରମୁଖ ଉପସ୍ଥିତ ଥିବା ବେଳେ, ସ୍ବେଛାସେବୀ ସଂସ୍ଥା ହେଲ୍ପ ଲାଇନ ନିର୍ଦ୍ଦେଶକ ସମାଜସେବୀ ଦୁର୍ଗା ପ୍ରସାଦ ମଲ୍ଲିକ,ସ୍ବେଛାସେବୀ ସଂସ୍ଥା ହେଲ୍ପ ଲାଇନ ସଭାପତି କୃଷ୍ଣ ପ୍ରସାଦ ପଟନାୟକ,ଉପସଭାପତି ଇ. ଚନ୍ଦନା ମଲ୍ଲିକ ଏବଂ କ୍ରୀଡା ସଂଯୋଜକ ସଲିମ ରାଠୋର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

16 − nine =