ଦାଦା-ଝିଆରି ପ୍ରେମର କରୁଣ ପରିଣିତି

ନବରଙ୍ଗପୁର- ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଂଟି ବ୍ଲକ ଅନ୍ତର୍ଗତ ଗୁମ୍ମା ଗାଁରେ ଜଣେ ଯୁବତୀଙ୍କୁ ତାଙ୍କ ସମ୍ପକୀୟ ଦାଦା ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ଏନେଇ ମୃତ ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ପୁଲିସ ସମ୍ପର୍କୀୟ ଦାଦା ଭୀଷ୍ମ ହରିଜନ (୨୭) କୁ ଅଟକ ରଖି ପଚରାଉଚରା କରୁଛି । ମୃତ ଯୁବତୀ ଜଣଙ୍କ ଯୁକ୍ତ ତିନିରେ ପାଠ ପଢୁଥିଲେ । ମୃତ ଯୁବତୀର ପରିବାର ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁସାରେ , ଭୀଷ୍ମ ଓ ଯୁବତୀ ଜଣଙ୍କ ପରସ୍ପରକୁ ଭଲ ପାଉଥିଲେ । ଭୀଷ୍ମ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ । ହେଲେ ଗୁରୁବାର ଅପରାହ୍ନରେ କୌଣସି କାରଣରୁ ଦୁହିଁଙ୍କର ଫୋନରେ ଝଗଡା ହୋଇଥିଲା । ତେବେ ପରେ ସନ୍ଧ୍ୟା ୫ଟାରେ ସ୍ଥାନୀୟ ହାଇସ୍କୁଲ ପରିସର ଭିତରକୁ ଦୁହେଁ ଯାଇଥିବା କିଛି ଲୋକେ ଦେଖିଥିଲେ । କିନ୍ତୁ ରାତି ୯ଟା ଯର୍ଯ୍ୟନ୍ତ ଯୁବତୀ ଘରକୁ ନ ଆସିବାରୁ ଘରଲୋକେ ଖୋଜାଖୋଜି କରିଥିଲେ । ରେ ସ୍କୁଲ ପରିସରରେ ସେ ପଡିଥିବା ପରିବାର ଲୋକେ ଦେଖିଥିଲେ । ତୁରନ୍ତ ତାଙ୍କୁ ଉଦ୍ଧାର କରି ତେନ୍ତୁଳି ଖୁଂଟି ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଶୁକ୍ରବାର ସକାଳେ ସୋନିଙ୍କ ପରିବାର ପକ୍ଷରୁ ଭୀଷ୍ମଙ୍କ ନାଁ ରେ ଥାନାରେ ଅଭିଯୋଗ କରାଯାଇଛି । ପୁଲିସ୍ ତାଙ୍କୁ ନେଇ ପଚରାଉଚରା କରୁଛି । ତେବେ କେଉଁ କାରଣରୁ ହତ୍ୟାକାଣ୍ଡ ଘଟିଛି ,ତାହା ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.

twenty − 4 =