ଉତରଭାରତ ହିନ୍ଦୁଙ୍କ ରକ୍ଷୀପୂର୍ଣ୍ଣମା ପ୍ରମୁଖ ପର୍ବ । ପ୍ରତିବର୍ଷ ଶ୍ରାବଣ ମାସ ପୂର୍ଣ୍ଣମା ତିଥିରେ ଏହି ପର୍ବ ପାଳନ କରାଯାଏ । ଏହି ଦିନ ଭଉଣୀ ଟି ତା ଭାଇ ମୁଣ୍ଡରେ ଚନ୍ଦନ, ସିନ୍ଦୁର ଲଗାଇ ଦୁବ ଅରୁଆଚାଉଳ ପାକାଇ ବନ୍ଦାପନା କରି ହତରେ ପବିତ୍ର ଫିତା ବାନ୍ଧିଥିଏ । ଓ ଭଉଣୀକୁ ସମସ୍ତ ବିପଦରୁ ରକ୍ଷା କରିବା ପାଇଁ ପ୍ରତିଶ୍ରୁତି ଦେଇଥାଏ ଭାଇ । କେବଳ ରକ୍ତ ସଂପର୍କ ଯେ ଭାଇ ତାହା ନୁହେଁ । ଶ୍ରଦ୍ଧାର ସହ ଅନ୍ୟ ଧର୍ମାବଲମ୍ବୀଙ୍କୁ ରାକ୍ଷୀ ବାନ୍ଧି ଭାଇର ମର୍ଯ୍ୟଦା ଦିଆଯାଇଥିଏ । ନାରୀମାନେ ସୁରକ୍ଷିତ ରହିବା ପାଇଁ ଅନ୍ୟ ଧର୍ମବଲମ୍ବୀଙ୍କୁ ରାଖି ବାନ୍ଧିବା ଭାରତୀୟ ପରମ୍ପରା । ଏହି ରାକ୍ଷୀ ପୁର୍ଣ୍ଣମୀଙ୍କୁ ମଧ୍ୟ ଗହ୍ୱା-ପୂର୍ଣ୍ଣମା କୁହନ୍ତି । ଶ୍ରୀ ମନ୍ଦିରରେ ମଧ୍ୟ ରାକ୍ଷିପୂର୍ଣ୍ଣମା ପର୍ବ ପାଳିତ ହୋଇଥିଏ । ମହାପ୍ରଭୁ ସର୍ବବୃହତ ରାକ୍ଷୀ ପିନ୍ଧିଥାନ୍ତି । ପୂର୍ବରୁ ଦେବରାଜ ଇନ୍ଦ୍ର, ରାକ୍ଷସ ରାଜା ବୃତ୍ରଙ୍କ ଠାରୁ ପାରଜିତ ହେବା ପରେ ଦେବଗୁରୁ ବୃହସ୍ପତିଙ୍କ ପରାମର୍ଶ କ୍ରମେ ସ୍ୱୟଂ ଇନ୍ଦ୍ରାଣୀ ଶଚୀ, ନିଜ ପତିଙ୍କ ମଣିବନ୍ଧରେ ପବିତ୍ର ରାଖି ବନ୍ଧନ କରିଥିଲେ । ଏବଂ ରାକ୍ଷୀର ଅଲୌକିକ ଶକ୍ତି ବଳରେ ଶେଷରେ ଇନ୍ଦ୍ର ଦ୍ୱନ୍ଦ୍ୱଯୁଦ୍ଧରେ ବିଜୟ ଲାଭ କରିଥିଲେ । ଅନ୍ୟ ଏକ କିମ୍ବଦନ୍ତୀ ଅନୁଯାୟୀ ଏକଦା ଭଗବାନ କୃଷ୍ଣ ଦୌବାତ୍ ଆହାତ ହେବାରୁ ରକ୍ତସ୍ରାବ ବନ୍ଦ କରିବା ପାଇଁ ଦ୍ୱୌପଦୀ ,ନିଜ ପିନ୍ଧା ଶାଢି ଛିଣ୍ଡାଇ ସେଥିରେ ତାଙ୍କ ହାତର କ୍ଷତ ବାନ୍ଧି ଦେଇଥିଲେ । ମୃତୁ୍ୟ-ଦେବତା ଯମଙ୍କ ଭଗିନୀ ଯମୁନା ମଧ୍ୟ ନିଜ ଭାଇଙ୍କୁ ଅମର କରିବା ନିମନ୍ତେ ରାକ୍ଷୀ ବାନ୍ଧୁଥିବା କିଂବଦନ୍ତି କହେ । ପୁଣି ବାନର ରାଜା ବାଳି ଥିଲେ ବିଷ୍ଣୁଭକ୍ତ । ସ୍ୱଂୟ ଭଗବାନ ବିଷ୍ଣୁ କୌଣସି ଏକ ସମୟରେ ବୈକୁଣ୍ଠରେ ଅପନୁପସ୍ଥିତି ଥିବା ବେଳେ ମହାଲକ୍ଷ୍ମୀ, ବାଳିଙ୍କ ପ୍ରସାଦରେ ଆଶ୍ରୟ ନେଇ ରାକ୍ଷୀ ବନ୍ଧନ ପୂର୍ବକ ତାଙ୍କୁ ଭ୍ରାତା ରୂପେ ଗ୍ରହଣ କରିଥିଲେ । ଏ ଭଳି ରାଖି ପଛରେ ରହିଛି ଅନେକ କିଂବଦନ୍ତି ଏବଂ ଏଥିରୁ ଏହାର ପ୍ରାଚୀନତା ଅନୁମେୟ ।