କଟକ- ଅନଲାଇନ କ୍ଳାସ ଚାଲିଥିବା ସମୟରେ ଗ୍ରୁପରେ ପହିଲା ଅଶ୍ଳୀଳ ଫଟୋ । ଏହି ଫଟୋ ପ୍ରଧାନଶିକ୍ଷକ ପକାଇଛନ୍ତି ବୋଲି ଅଭିଯୋଗ ଆସିଛି । ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲାରୁ । ସୂଚନାଯୋଗ୍ୟ ଗତ ଜୁଲାଇ ୩୦ ତାରିଖରେ ହ୍ୱାଟ୍ସଆପରେ ଅନଲାଇନ କ୍ଳାସ ଚାଳିଥିବା ବେଳେ ଏକ ସରକାରୀ ସ୍କୁଲର ପ୍ରଧାନଶିକ୍ଷକ ଗ୍ରୁପ ଅଶ୍ଳୀଳ ଫଟୋ ପଠାଇଛନ୍ତି ବୋଲି ପୂର୍ବତନ କର୍ପୋରେଟର୍ ସୋସିଆଲ ମିଡିଆରେ ଅଭିଯୋଗ କରିଛନ୍ତି । ଏହି ଘଟଣାର କୌଣସି ଲିଖିତ ଅଭିଯୋଗ ଆସିନି ବୋଲି ଜିଲ୍ଲାପାଳ କହିଛନ୍ତି । ଅଭିଯୋଗ ଆସିଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।