କରୋନାରେ ଆଖି ବୋଜିଲେ ଆଉ ଜଣେ ସାମ୍ବାଦିକ

ବଲାଙ୍ଗିର: ଗତ ୧୬ ତାରିଖ ବଲାଙ୍ଗିର ଜିଲ୍ଲାର ଜଣେ ବରିÂ ସାମ୍ବାଦିକ ଜତିଶ ଖମାରୀଙ୍କ କରୋନାରେ ମୃତ୍ୟୁ ଘଟିଛି । ସେ ପାଟଣା ଗଡ଼ରେ ଏକ ଦୈନିକ ଖବର କରଗଜରେ ଗତ ୨୫ ବର୍ଷ ଧରି ସାମ୍ବାଦିକତା କରିଆସୁଥିଲେ । ଲୋକଙ୍କୁ ସଚେତନ କରିବା ପାଇଁ ସଦା ତତ୍ପର ରହି କରୋନା ସଂର୍ପକରେ ଖବର ସଂଗ୍ରହ କରୁଥିଲେ ଜତିଶ। ଆଉ କରୋନା ସହ ଯୁଦ୍ଧ ଲଢୁ ଲଢୁ ନିଜେ ଶିକାର ହୋଇଗଲେ। କରୋନାରେ ଆକ୍ରାନ୍ତ ହେବା ପରେ ପ୍ରଥମେ ତାଙ୍କୁ ପାଟଣାଗଡ଼ ଡାକ୍ତରଖାନା ଓ ପରେ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଧିରେ ଧିରେ ଅକ୍ସିଜେନ ମାତ୍ରା କମିଯିବାରୁ ବଲାଙ୍ଗିରରୁ ଭୂବନେଶ୍ୱର ନେଇ ସେଠାରେ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ୧୬ ତାରିଖରେ ତାଙ୍କର ଜୀବନ ଚାଲିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୬ବର୍ଷ ହୋଇଥିଲା । ଘରେ ଅସହାୟ ବିଧବା ପତ୍ନୀ । ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। । ମନ୍ତ୍ରୀ ଟୁକୁନୀ ସାହୁ ଟ୍ୱିଟ କରି ଶୋକପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି ଯେ, ଜୀବନର ଅଧା ବାଟରେ ଆରପାରିକୁ ଚାଲିଗଲେ ଜତିଶ ଖମାରୀ । ସେ ଜଣେ ସଚ୍ଚୋଟ, କର୍ତ୍ତବ୍ୟନିଷ୍ଠ, ସାହାସୀ ଓ ବିଜ୍ଞ ସାମ୍ୱାଦିକ ଭାବରେ ବେଶ ଜଣାଶୁଣା ଥିଲେ । ଭଗବାନ ତାଙ୍କ ପରିବାରକୁ ଏ ଦୁଃଖ ସମୟରେ ସାହସ ଦିଅନ୍ତୁ। ସେହିପରି ବଲାଙ୍ଗିର ଜିଲ୍ଲା ସାମ୍ୱାଦିକ ସଂଘ ଦ୍ୱାରା ସାମ୍ୱାଦିକ ଭବନ ଠାରେ ଶୋକସଭା କରାଯିବା ସହ ଶ୍ରଦ୍ଧାଜଂଳୀ ଅର୍ପଣ କରାଯାଇଥିଲା ।

Leave A Reply

Your email address will not be published.

17 − nine =