ଭୁବନେଶ୍ୱର: ମହଙ୍ଗା ପଡ଼ିଲା ବାର୍ରେ ଜନ୍ମଦିନ ଆୟୋଜନ। ଭୁବନେଶ୍ୱର ଇନ୍ଫୋସିଟି ରୋଡ୍ରେ ଥିବା ଏକ ବାର୍କୁ ସିଲ୍ କରିଛି କମିଶନରେଟ୍ ପୁଲିସ୍। ଏହି ବାର୍ରେ ଜନ୍ମଦିନ ପାଳନ ବେଳେ କୋଭିଡ୍ ନିୟମ ସମ୍ପୂର୍ଣ୍ଣ ଭାବେ ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ ହୋଇଛି । ବାର୍ଥଡେ ପାର୍ଟି ବେଳେ କାହାରି ମୁହଁରେ ମାସ୍କ ନଥିବା ଦେଖିବାକୁ ମିଳିଥିଲା । ସାମାଜିକ ଦୂରତା ମଧ୍ୟ ପାଳନ ହୋଇନଥିଲା । କମିଶନରେଟ୍ ପୋଲିସ ଏହି ଅଭିଯୋଗରେ ରେଡ୍ ପରେ ବାରକୁ ସିଲ୍ କରିଛି ।