ସ୍ନାନବେଦୀରେ ଚତୁର୍ଦ୍ଧା ମୂର୍ତି

ପୁରୀ- ନାହିଁ ଭକ୍ତଙ୍କ ଗହଳି । ବଡଦାଣ୍ଡ ଖାଁ ଖାଁ । ଶୁଭିଲାନି ହରିବୋଲ ହୁଳହୁଳି । ଏପରି ବ୍ୟତିକ୍ରମ ପରିବେଶ ମଧ୍ୟରେ ଶେଷ ହେଲା ଚତୁର୍ଦ୍ଧା ମୂର୍ତିଙ୍କ ପବିତ୍ର ସ୍ନାନ ଯାତ୍ରା । ନିର୍ଦ୍ଧାରିତ କାର୍ଯ୍ୟ ନିର୍ଘଂଟ ଅନୁଯାୟୀ ସେବାୟତ ମାନେ ତିନି ଠାକୁରଙ୍କୁ ରତ୍ନ ସିଂହାସନରୁ ଆଣି ସ୍ନାନ ବେଦୀରେ ବିରାଜମାନ କରାଇଥିଲେ । ପାରମ୍ପରିକ ବିଧିବିଧାନ ଅନୁଯାୟୀ ସୁନା କୂଅରୁ ୧୦୮ ଗରା ଜଳ ଆଣି ଶ୍ରୀ ଜିଉଙ୍କୁ ପବିତ୍ର ସ୍ନାନ କରାଯାଇଥିଲା । ରାତି ୧.୪୦ରୁ ପହଣ୍ଡି ଆରମ୍ଭ ହୋଇଥିଲା ପହଣ୍ଡି । ରାତି ୧,୨୫ରେ ମଙ୍ଗଳାର୍ପଣ ହେବାପରେ ପହଣ୍ଡି ଆରମ୍ଭ ହୋଇଥିଲା । ମଦନମୋହନ ବିଜେକରିବା ପରେ ମଙ୍ଗଳଆଳତି, ମଇଲମ ଓ ତଡପଲାଗି, ଅଧର ପୋଛା, ଅବକାଶ ଶେଷ, ରୋଷହୋମ, ବେଶ ସଂପନ୍ନ ହୋଇଥିଲା । ସକାଳ ୭.୩୦ରୁ ୯.୩୦ ମଧ୍ୟରେ ଜଳବିଜେ ଓ ସ୍ନାନନୀତି ଅନୁଷ୍ଠିତ ହୋଇଥିବା ବେଳେ ପୂର୍ବାହ୍ନ ୧୦,୩୦ ରେ ଛେରାପହଁର ହେଇଥିଲା । ଏହାପରେ ଚତୁର୍ଦ୍ଧା ମୂର୍ତି ଗଜାନନ ବେଶରେ ଦର୍ଶନ ଦେଇଛନ୍ତି । ସଂଧ୍ୟା ୫ରୁ ୮ ଟା ପର୍ଯ୍ୟନ୍ତ ବାହୁଡା ପହଣ୍ଡି ଚାଲିବ । ପରେ ଶ୍ରୀଜିଉ ଅନବସର ପିଣ୍ଡିକୁ ଯିବେ । କରୋନା କଟକଣା ଯୋଗୁଁ ଦଇତାପତି ଓ ସେବକ ମାନେ ସାମାଜିକ ଦୂରତ୍ୱ ବଜାୟ ରଖି ମୁହଁରେ ମାସ୍କ ପିଦ୍ଧି ଚତୁର୍ଦ୍ଧା ମୂର୍ତିଙ୍କ ସ୍ନାନ ଉତ୍ସବ ସଂପନ୍ନ କରୁଛନ୍ତି । ଅଧିକ ଲୋକଙ୍କ ଅନୁପ୍ରବେଶ ରୋକିବା ପାଇଁ ପୁରୀ ସହରରେ ୧୪୪ ଧାରା ଜାରି କରାଯାଇଛି । ଉଲ୍ଲେଖନୀୟ ବିଷୟ ହେଲା ଯେ ଏପରି ବିରଳ ଘଟଣା କେବେ ହୋଇନଥିଲା । ମହାପ୍ରଭୁ ସ୍ନାନ ଯାତ୍ରା ଦେଖିବା ପାଇଁ କେତେ ଦୂରଦୂରାନ୍ତରୁ ଛୁଟି ଆସିଥାନ୍ତି ଅଗଣିତ ଭକ୍ତ । ଉଚ୍ଛୁଳି ପଡେ ବଡ ଦାଣ୍ଡ । ମାତ୍ର ସବୁ ବିଗାଡି ଦେଲା କରୋନା ।

Leave A Reply

Your email address will not be published.

6 + 12 =