ଭୁବନେଶ୍ୱର: ଏୟାରଫିଲ୍ଡ ଥାନା ଅଂଚଳରେ ମାଆକୁ ଦୁି ପୁଅ ହତ୍ୟା ଘଟଣାରେ ଆସିଛି ଆଉ ଏକ ନୂଆମୋଡ । ଦୁଇ ଦିନ ଧରି ନାବାଳକଙ୍କ ବାପାଙ୍କୁ ଯୋଗାଯୋଗ କରି ନୟାନ୍ତ ହୋଇ ପଡିଥିବା କମିସନରେଟ ପୁଲିସକୁ ମିଳିଛି ନୂଆ ତଥ୍ୟ । ଦୁଇ ନାବାଳକଙ୍କ ବାପା ନିହାର ରଞ୍ଜନ ପ୍ରଧାନ ଗତ ୯ବର୍ଷ ହେବ ଏକ ହତ୍ୟା ମାମଲାରେ ପୁରୀ ସର୍କଲ ଜେଲରେ ସଜା କାଟୁଛି । ରାଉରକେଲାର ଏକ ଘରୋଇ କମ୍ପାନୀରେ ସେ କାର୍ଯ୍ୟ କରୁଥିଲେ । ୨୦୧୧ ମେ ୧୩ରେ ଅମିତ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ନିହାର ଗୁଳି କରି ହତ୍ୟା କରିଥିଲେ । ସେବେଠାରୁ ନିହାର ଜେଲରେ ରହୁଛି । ତେବେ ଗତ କିଚି ବର୍ଷ ତଳେ ଏହି ମାମଲାରେ ନିହାରକ୍ୁ ଆଜୀବନ କାରାଦଣ୍ଡ ମିଳିଛି । ବିନୋଦିନୀଙ୍କ ମୋବାଇଲ ଫୋନକୁ ପୁରୀ ଜେଲରୁ କଲ ଆସୁଥିବାରୁ ପୁଲିସର ସନେ୍ଦହ ସୃଷ୍ଟି ହୋଇଥିଲା ।ତେବେ ପୁଲିସ ଏନେଇ ଖୋଳତାଡ କରିବା ପରେ ଶେଷରେ ମୃତ ମହିଳାଙ୍କ ସ୍ୱାମୀଙ୍କ ସମ୍ପର୍କରେ ସୂଚନା ମିଳିଥିଲା ।ନିହାର ଜରେ ପେସାଦାର ଅପରାଧୀ ହୋଇଥିବା ପୁଲିସ ଅନୁମାନ କରୁଛି । ସୂଚନା ଅନୁସାରେ ମଦ ପିଇବାକୁ କେନ୍ଦ୍ର କରି ୨୦୧୧ରେ ବ୍ରହ୍ମଗିରି ଅଂଚଳର ଅମିତ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ନିହାର ଓ ତାର ୧୧ ସହଯୋଗୀ ହତ୍ୟା କରିଥିଲେ । ଏହି ଘଟଣାର ଅଧିକ ଖୋଳତାଡ ଲାଗି କମିସନରେଟ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ପୁରୀ ଜେଲକୁ ଯାଇଛି ।ସେଠାରେ ନିହାରକୁ ପଚରାଉଚରା କରି ଫେରିଛି । ସେପଟେ ମା’କୁ ଦୁଇ ନାବାଳକ ପୁଅ ପିଟିପିଟି ମାରିଦେଇଥିବା କଥା ସେମାନେ ପୁଲିସ ନିକଟରେ ସ୍ୱୀକାର କରିଛନ୍ତି । ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା । ଦୁଇ ଭାଇଙ୍କୁ ଶୁକ୍ରବାର ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ପଠାଇ ଦିଆଯାଇଛି ।ବାଳସୁଧାର ଗୃହରେ ରହିବା ପରେ ମାନସିକ ଓ ଶାରିରୀକ ଯାଂଚ କରଯିବା ସହ କେଉଁ ପରିସ୍ଥିତିରେ ସେମାନେ ତାଙ୍କ ମା’କୁ ହତ୍ୟା କଲେ ସେମାନଙ୍କୁ ପଚରାୁଚରା କରାଯିବ । ଏଥିପାଇଁ ଜୁଭେନାଇଲ ଜଷ୍ଟିସ ବୋର୍ଡ ଜଣେ ସାଇକୋଲଜିଷ୍ଟିସଙ୍କ ପରାମର୍ଶ ନେଇପାରିବ । ଯଦି ଉଭୟ ଦୋଷୀ ସାବ୍ୟସ୍ତ ହୁଅନ୍ତି ତା’ ହେଲେ ସେମାନଙ୍କୁ ବାଳ ସୁଧାର ଗୃହରେ ରହିବାକୁ ପଡ଼ିବ ବୋଲି ଜଣାପଡ଼ିଛି ।