ବିକଳ୍ପ ଶିକ୍ଷା ଓ ମେଣ୍ଟରସିପ୍‌ ଯୋଜନା

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ବିକଳ୍ପ ଶିକ୍ଷା ଓ ମେଣ୍ଟରସିପ୍‌ ଯୋଜନା ଆରମ୍ଭ ହୋଇଛି। ଏହି ଯୋଜନାରେ ବିଭାଗୀୟ ୧୭୩୧ଟି ଆବାସିକ ବିଦ୍ୟାଳୟରେ ରହି ଦ୍ୱିତୀୟରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ପ୍ରାୟ ୬ ଲକ୍ଷ ଏସ୍‌ଟି/ଏସ୍‌ସି ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ। ଇଣ୍ଟରନେଟ୍‌ ସୁବିଧା ଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ବିଭାଗ ପକ୍ଷରୁ ହ୍ୱାଟସ୍‌ଆପ୍‌ ଗ୍ରୁପ୍‌ କରାଯାଇଛି। ସୀମିତ ସମୟସୀମା ଅବଧି ଅନୁସାରେ ଦ୍ୱିତୀୟ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ଛାତ୍ରଛାତ୍ରୀମାନେ ପାଠ୍ୟକ୍ରମ ଅନୁସାରେ ଇ-ବିଷୟବସ୍ତୁକୁ ପଢ଼ିପାରିବେ।

Leave A Reply

Your email address will not be published.

5 × 5 =