ଜଳେଶ୍ୱର: ସାପ କାମୁଡି ଦେଇଥିବା ବ୍ୟକ୍ତିଙ୍କୁ ଭଲ କରିବା ପାଇଁ ଡାକ୍ତରଖାନା ପରିସରରେ କରାଗଲା ଝଡ଼ାଫୁଙ୍କା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଲିଆଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ।ସୂଚନା ଅନୁସାରେ , ୫ରୁ ୬ଦିନ ପୂର୍ବରୁ ଲହାଚଡ଼ ଗାଁର ଜଣଙ୍କୁ ସାପ କାମୁଡିଥିଲା । ଚିକିତ୍ସା ପାଇଁ ତାଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା ।ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । କିନ୍ତୁ ସେଠାରେ ଥିବା ଜଣେ ମେଡିକାଲ କର୍ମଚାରୀ ତାଙ୍କୁ ଝଡାଫୁଙ୍କା କରିବା ସହ ଅରଖକ୍ଷୀର ଲଗାଇଥିଲେ । ଏନେଇ ବାଲିଆପାଳ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।