ରାଜଧାନୀ ପ୍ରତିଷ୍ଠା ଦିବସ: କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ସାଲିଆସାହି ବସ୍ତିବାସିନ୍ଦା

ଭୁବନେଶ୍ୱର: ମଙ୍ଗଳବାର ରାଜଧାନୀ ପ୍ରତିଷ୍ଠା ଦିବସ ଅବସରେ ସାଲିଆ ସାହିର ବସ୍ତି ବାସିନ୍ଦାମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ସେମାନଙ୍କର ସ୍ଥାୟୀ ଜମି ପଟ୍ଟା ଓ ପକ୍କା ଘର ପ୍ରଦାନ ନିମନ୍ତେ ଆଲୋଚନା କରିଥିଲେ । ବସ୍ତି ବାସିନ୍ଦାଙ୍କ ସମସ୍ୟାର ଏକ ସ୍ଥାୟୀ ସମାଧାନ ପାଇଁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଡାଭଡେ଼କର ଏବଂ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଂଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ସହ ଆଲୋଚନା କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସବୁ ରାଜଧାନୀବାସୀଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇବା ସହ କହିଛନ୍ତି “ରାଜ୍ୟର ରାଜଧାନୀର ଯେଉଁ ଅଂଚଳରେ ମୁଁ ରହିଛି, ସେହି ଅଂଚଳର ପ୍ରମୁଖ ବସ୍ତି ସାଲିଆ ସାହିର ଅନେକ ଲୋକ ଆଜି ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ମୋତେ ସାକ୍ଷାତ୍ କରିଛନ୍ତି । ଏହି ସାକ୍ଷାତ୍ ସମୟରେ ସେମାନଙ୍କର ଦୀର୍ଘ ଦିନର ଦାବୀ ସେମାନଙ୍କୁ ସେହି ସ୍ଥାନର ସ୍ଥାୟୀ ପଟ୍ଟା, ପକ୍କା ଘର ପ୍ରଦାନ ପ୍ରସଙ୍ଗ ଉଠାଇଛନ୍ତି । ଅନ୍ୟପଟେ ଦେଖିବାକୁ ଗଲେ ସାଲିଆ ସାହିରେ ରହୁଥିବା ବସ୍ତି ବାସିନ୍ଦାଙ୍କ ଅକ୍ଳାନ୍ତ ପରିଶ୍ରମ ବଳରେ ରାଜଧାନୀ ଆଜି ସୁସଜ୍ଜି୍ଖତ ହୋଇଛି । ସେ କହିଛନ୍ତି , ସାଲିଆ ସିହିରେ ରହୁଥିବା ବସ୍ତି ବାସିନ୍ଦାମାନେ ଓଡ଼ିଶାର ରାଜଧାନୀକୁ ସେମାନଙ୍କ ପରିଶ୍ରମ ଝାଳରେ ତିଆରି କରିଛନ୍ତି । ସମାନଙ୍କ ପାଇଁ ଆମେ ଆଜି ଭଲ ଘର ଓ ସୁନ୍ଦର ପରିବେଶରେ ରହିପାରୁଛେ । ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ସାଲିଆ ସାହି ସମେତ ଏଠାରେ ଦୀର୍ଘଦିନରୁ ରହିଆସୁଥିବା ଲୋକମାନଙ୍କୁ ସେମାନଙ୍କ ବସବାସ ପାଇଁ ସ୍ଥାୟୀ ଜମି ପଟ୍ଟା ଓ ପକ୍କା ଘର ଯୋଗାଇ ଦେବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ହେବା ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.

3 × 4 =