ପୁଣି ୪୮ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ଆଜି ପୁଣି ୪୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କନ୍ଧମାଳରୁ ୨,ଯାଜପୁରରୁ୧୬, ଗଞ୍ଜାମରୁ ୧୫, ପୁରୀରୁ ୪, କେନ୍ଦ୍ରାପଡାରୁ ୩, ନୟାଗଡରୁ ୩, ବଲାଙ୍ଗିରରୁ ୨, ବୌଦ୍ଧ, କଟକ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬ରେ ପଂହଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।ସଂକ୍ରମିତଙ୍କ ମଧ୍ୟରୁ ୨୨୦ ଆରୋଗ୍ୟ ଲାଭ କରିଛନ୍ତି । ୬୫୨ ଚିକିତ୍ସାଧୀନ ଅଛନ୍ତି ଓ ମୃତୁ୍ୟ ସଂଖ୍ୟା ୪ କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.

1 + 13 =