ନୂଆଦିଲ୍ଲୀ : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଇତି ମଧ୍ୟରେ ମୋଟ କରୋନ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୫ ହଜାର ୫୫୦ରେ ପହଞ୍ଚିଛି। ତେବେ କୋଭିଡ୍ ପରିଚାଳନା ପାଇଁ କେନ୍ଦ୍ର ସରକାର ରାଜ୍ୟ ସହାୟତା ଦେବାରେ ହେଳା କରି ନାହାନ୍ତି। ଗତ ଅଗଷ୍ଟ ୩୧ ସୁଦ୍ଧା ଓଡ଼ିଶାକୁ କୋଭିଡ୍ ପରିଚାଳନା ପାଇଁ ୮୦୨ କୋଟି ଟଙ୍କା ମିଳିଛି। ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଶନିବାର ଲୋକସଭାରେ ଏକ ଲିଖିତ ଉତ୍ତରରେ ଏହା କହିଛନ୍ତି। ଏହି ଅର୍ଥ ଏସ୍ଡିଆର୍ଏଫ୍ରୁ ପ୍ରଦାନ କରାଯାଇଛି। ଏହାସହିତ ଦେଶର ମହାରାଷ୍ଟ୍ରକୁ ସର୍ବାଧିକ ୧୬୧୧ କୋଟି ଟଙ୍କା, ଉତ୍ତର ପ୍ରଦେଶକୁ ୯୬୬ କୋଟି ଓ ମଧ୍ୟପ୍ରଦେଶକୁ ୯୧୦
କୋଟି ଟଙ୍କା ମିଳିଥିବା ନେଇ ସେ ସୂଚନା ଦେଇଛନ୍ତି।