ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ହେଲା କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା

ଭୁବନେଶ୍ୱର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଅସନ୍ତା ଜୁଲାଇ ୫ରେ ହେବାକୁ ଥିବା କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି । କରୋନା ମହାମାରୀର ଦ୍ରୁତ ସଂକ୍ରମଣକୁ ଆଖି ଆଗରେ ରଖି ଏପରି ନିଷ୍ପତି ଗ୍ରହଣ କରାଯାଇଛ ବୋଲିି ସିବିଏସଇ ସଚିବ ଅନୁରାଗ ତ୍ରୀପାଠୀ ସୂଚନା ଦେଇଛନ୍ତି । ଗୁରୁବାର ସିବିଏସଇ ଏବଂ ଆଇସିଏସଇର ସମସ୍ତ ପରୀକ୍ଷା ବାତିଲ ହେବା ପରେ ଆଜି ସିଟିଇଟି ପରୀକ୍ଷାକୁ ସ୍ଥଗିତ କରାଯାଇଛି । ଚଳିତ ବର୍ଷ ୩୦ ଲକ୍ଷ ଛାତ୍ରଛାତ୍ରୀ ଆବେଦନ କରିଥିବାବେଳେ ୧୧୨ଟି କେନ୍ଦ୍ରରେ ଜୁଲାଇ ୫ରେ ପରୀକ୍ଷା ହୋଇ ଥାଆନ୍ତା ।

Leave A Reply

Your email address will not be published.

nineteen − 16 =