କେନାଲରେ ବୁଡ଼ି ୨ଯୁବକ ମୃତ

ଅନୁଗୁଳ: କେନାଲରେ ବୁଡି ଦୁଇ ଯୁବକଙ୍କ ମୃତୁ୍ୟ ଘଟିଛି । ଅନୁଗୁଳ ଜିଲ୍ଲା ହେମସୁର ପଡା ନିକଟସ୍ଥ କେନାଲରେ ଏଭଳି ଘଟଣା ଦେଖିବାକୁ ମିଳିଛି । ମୃତ ଯୁବକ ଦୁଇଜଣ ହେଲେ ବୁନ୍ଦାବନ ସେଠି ଓ ତାଙ୍କ ସାଙ୍ଗ ବାବୁ ମହାନ୍ତି । ସୂଚନା ଅନୁସାରେ , ବୁନ୍ଦାବନ ଓ ବାବୁ ଏକାଠି ଉକ୍ତ କେନାଲକୁ ଗାଧୋଇବାକୁ ଯାଇଥିଲେ ।ସେଠାରେ ଗାଧୋଇବା ବେଳେ ବୃନ୍ଦାବନଙ୍କ ଗୋଡ଼ ଖସିଯିବା ସହ ଗଭୀର ପାଣିକୁ ଚାଲି ଯାଇଥିଲେ ।ତାଙ୍କୁ ବଂଚାଇବାକୁ ଯାଇ ବାବୁ ମଧ୍ୟ ପାଣି ଭିତରକୁ ଯାଇଥିଲେ । ତେବେ ଉଭୟ ପାଣିରୁ ବାହାରି ପାରି ନଥିଲେ ।ଫଳରେ ଘଟଣାସ୍ଥଳରେ ବୃନ୍ଦାବନ ଓ ବାବୁଙ୍କ ମୃତୁ୍ୟ ଘଟିଛି ।

Leave A Reply

Your email address will not be published.

18 + one =